Categories: ଫୁରସତ

ହାତୀ ଶୁଣ୍ଢରେ ବସି ଦେଉଥିଲେ ଫଟୋ ପୋଜ୍‌, ତା’ପରେ ଘଟିଲା ଏମିତି

ଯେବେଠୁ ସେଲ୍‌ଫି ଯୁଗ ଆସିଲାଣି ସେବେଠୁ କିଛିନା କିଛି ଅଘଟଣା ଦେଖିବାକୁ ମିଳୁଛି। ସେଲ୍‌ଫି ନେଇ ଜୀବନ ଯାଉଥିବା ଘଟଣା ମଧ୍ୟ ଏବେ ପୁରୁଣା ଲାଗୁଛି। ଯୁବପିଢି ସେଲଫି ନେଇ ସୋସିଆଲ ମିଡିଆରେ ଛାଡିବା ଏକ ଟ୍ରେଣ୍ଡ୍‌ ହୋିଗଲାଣି। ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ କିମ୍ବା ଫଟୋ ଭାଇରାଲ ହେଉଛି। କିଛି ଭିଡିଓ ଆପଣଙ୍କୁ ହସାଇଥାଏ, କିଛି ଭିଡିଓ ଆପଣଙ୍କୁ ଭୟଭୀତ କରେ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଭିଡିଓରେ ଜଣେ ଯୁବତୀ ହାତୀ ଶୁଣ୍ଢରେ ବସି ଫଟୋ ପୋଜ୍‌ ଦେଉଥିବାବେଳେ ହଠାତ୍‌ ହାତୀଟି ମହିଳା ପଛପଟକୁ ଫୋପାଡି ଦେଉଛି। ଭିଡିଓଟିକୁ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଶେୟାର କରିଛନ୍ତି। ୟୁଜର୍ସମାନେ ଏହି ଭିଡିଓକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ଶେୟାର କରି ସୁଶାନ୍ତ ଲେଖିଛନ୍ତି, ଏଥିରେ ଅଧିକ କ’ଣ ସୁନ୍ଦର ଥିଲା? ମହିଳା ନା ହାତୀର କାର୍ଯ୍ୟ? ଏହା ପୂର୍ବରୁ ମଧ୍ୟ ସୁଶାନ୍ତ ନନ୍ଦ ଦେଶ ବିଦେଶର ମଜାଦାର ଭିଡିଓ ନିଜ ଟୁଇଟର ପେଜରେ ପୋଷ୍ଟ କରନ୍ତି।

Share