Categories: ଜାତୀୟ

ମହିଳାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ

ଶାହଜାହାନପୁର(ଉତ୍ତରପ୍ରଦେଶ),୧।୫ : ଜଣେ ୩୦ ବର୍ଷୀୟା ମହିଳାଙ୍କୁ ୫ ଜଣ ବ୍ୟକ୍ତି ଗଣବଳାତ୍କାର କରିବା ସହ ଅପରାଧର ଭିଡିଓ ଶୁଟ୍‌ କରି ଭାଇରାଲ କରି ଦେଇଛନ୍ତି। ଗତ ୨୨ ତାରିଖରେ ମହିଳାଙ୍କୁ ୫ ଜଣ ବ୍ୟକ୍ତି ଘର ବାହାରକୁ ଟାଣି ନେଇ ଗଣବଳାତ୍କାର କରିଥିଲେ। ୭ ଦିନ ପରେ ଅପରାଧିମାନେ ଘଟଣାର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଦେଇଥିବା ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।
ମହିଳାଙ୍କ ଅଭିଯୋଗ କ୍ରମେ ଗଣବଳାତ୍କାର ମାମଲା ରୁଜୁ କରାଯାଇଥିବା ଅତିରିକ୍ତ ଏସ୍‌ପି ସଞ୍ଜୟ କୁମାର କହିଛନ୍ତି। ତଦନ୍ତ ଚାଲିଥିବା ବେଳେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Share