Categories: ଜାତୀୟ

ରେଳ ଷ୍ଟେଶନରେ ମହିଳାଙ୍କୁ ଗଣବଳାତ୍କାର, ୪ ଗିରଫ

ନୂଆଦିଲ୍ଲୀ,୨୩।୭: ମହିଳାଙ୍କୁ ଗଣବଳାତ୍କାର। ରାଜଧାନୀ ଦିଲ୍ଲୀ ରେଳ ଷ୍ଟେଶନରେ ଏଭଳି ଘଟଣା ଘଟିଛି। ଷ୍ଟେଶନ ପ୍ଲାଟଫର୍ମରେ ତିଆରି ଏକ କୋଠରୀ ଭିତରେ କିଛି ରେଲୱେ କର୍ମଚାରୀ ମହିଳାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏଥିରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି।
ସୂଚନାଯୋଗ୍ୟ, ୨ ବର୍ଷ ପୂର୍ବରୁ ୩୦ ବର୍ଷିୟା ମହିଳାଙ୍କ ସହ ଜଣେ ସତିଶ ନାମକ ବ୍ୟକ୍ତଙ୍କ ସହ ପରିଚୟ ହୋଇଥିଲା। ବ୍ୟକ୍ତି ଜଣଙ୍କ ନିଜକୁ ରେଲୱେ କର୍ମଚାରୀ ବୋଲି କହିଥିଲେ। ମହିଳାଙ୍କୁ ରେଲୱେ ଚାକିରି କରାଇଦେବାକୁ କହି ଡାକିଥିଲେ। ସେଠାରେ ଆଉ ୩ ଜଣଙ୍କ ସହ ମିଶି ତାଙ୍କୁ ଗଣବଳାତ୍କାର କରିଥିଲେ। ଏ ନେଇ ପୀଡିତା ମହିଳା ଜଣଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ରେଲୱେ କର୍ମଚାରୀ ବୋଲି ଜଣାପଡ଼ିଛି।

Share