Categories: ଜାତୀୟ

ଆମେରିକାରେ ଥାଇ ବାପାଙ୍କ ଆତ୍ମହତ୍ୟାକୁ ରୋକିଦେଲେ

ମୁମ୍ବାଇ,୮।୩: ଜଣେ ୭୪ ବର୍ଷୀୟ ବ୍ୟକ୍ତି ମୁମ୍ବାଇର ମାତୁଙ୍ଗା ଅଞ୍ଚଳରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆମେରିକାରେ ରହୁଥିବା ତାଙ୍କ ଝିଅ ସ୍ଥାନୀୟ ପୋଲିସକୁ ଜଣାଇ ଦେବାରୁ ଅଘଟଣକୁ ରୋକା ଯାଇପାରିଛି।

ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ସନ୍ଧ୍ୟା ପ୍ରାୟ ୫ଟାରେ ଏହି ଘଟଣା ସମ୍ପର୍କରେ ବୃଦ୍ଧଙ୍କ ୪୨ ବର୍ଷୀୟା ଝିଅଙ୍କ ଠାରୁ ଆମେ ସୂଚନା ପାଇଥିଲୁ। ମାତୁଙ୍ଗା ପୂର୍ବ ବାସୀନ୍ଦା ଚରମ ନିଷ୍ପତ୍ତି ନେଉଥିବା ତାଙ୍କ ଝିଅକୁ ଜଣାଇଥିଲେ। ସୁଇସାଇଡ୍‌ ନୋଟ ଏବଂ ଓ୍ବିଲ ପ୍ରସ୍ତୁତ କରିଥିବା କରିସାରିଥିବା କହିଥିଲେ। ଝିଅ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ମାତୁଙ୍ଗା ପୋଲିସର ଏକ ଟିମ୍‌ ବୃଦ୍ଧଙ୍କ ଫ୍ଲାଟକୁ ଯାଇ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି।

Share