Categories: ଜାତୀୟ

ମମତା ମଝିରେ କଣ୍ଟା ସାଜିଲା ଆଇନ, ପାଖରୁ ଛଡାଇ ନେଲା ନବଜାତକ

ଆଗ୍ରା,୧୧।୧୧: ମାତ୍ର କିଛି ଘଣ୍ଟାର ନିବିଡ଼ତା ପରେ କାହ୍ନାଠାରୁ ଅଲଗା ହେବା ଯଶୋଦାଙ୍କ ପାଇଁ ବେଶ୍‌ କଷ୍ଟଦାୟକ ଥିଲା। ଗତ ସୋମବାର ସାରେ ଆଗ୍ରାରେ ଏଭଳି କିଛି ଘଟଣା ଘଟିଛି। ଆଗ୍ରାର ଏକ ଫୁଟପାଥରେ ଶାଶୁ-ବୋହୂ ଏକ ନବଜାତ ଶିଶୁ ଉଦ୍ଧାର କରିଥିଲେ। କିନ୍ତୁ ପୋଲିସ ପୋଷ୍ୟ ସନ୍ତାନର ଆଇନଗତ ପ୍ରକ୍ରିୟା ବିଷୟରେ ବୁଝାଇ ପିଲାଟିକୁ ଆଶ୍ରୟ ଗୃହକୁ ନେଇଥିଲା। ଏହା ଦେଖି ଉଭୟ ମହିଳା ପ୍ରବଳ କାନ୍ଦୁଥିଲେ। ସୂଚନାଯୋଗ୍ୟ, ସୋମବାର ସାରେ ଟ୍ରାନ୍ସ ଯମୁନା କଲୋନୀର ସ୍କୁଲ ନିକଟରେ ଥିବା ଏକ ବ୍ୟାଗରୁ ନୁନିହାଇ ନିବାସୀ ମୀନା ଏକ ନବଜାତକକୁ ପାଇଥିଲେ। ଚାରିପାଖରେ କେହି ନ ଥିବା ଦେଖି ମୀନା ତାଙ୍କୁ କୋଳରେ ଉଠାଇ ନେଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସା ପରେ ସେ ତାଙ୍କ ଘରକୁ ନେଇଥିଲେ। ବୋହୂ ଶବନମ ନବଜାତ ଶିଶୁର ଯତ୍ନ ନେଇଥିଲେ। ଶବନମଙ୍କର ଏକ ବର୍ଷର ପୁଅ ଅଛି। ସେ ନବଜାତ ଶିଶୁକୁ ରାତିସାରା ତାଙ୍କ କୋଳରେ ରଖିଥିଲେ। ଶିଶୁ ମିଳିବା ବିଷୟରେ ମୀନା ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ। ଗୋଟିଏ ଦିନ ପରେ ନବଜାତ ଶିଶୁଙ୍କ ସହ ପୋଲିସ ଶବନମ ଏବଂ ମୀନାଙ୍କୁ ଥାନାକୁ ଡାକିଥିଲା। ଚାଇଲ୍ଡ ଲାଇନ ପ୍ରତିନିଧୀ ଏବଂ ପୋଲିସ ଶିଶୁଟିକୁ ଶବନମଙ୍କଠାରୁ ନେଇଯିବା ପରେ ସେ ପ୍ରବଳ କାନ୍ଦିଥିଲେ। ସେ ଶିଶୁକୁ ଦେବାକୁ ରାଜି ହୋଇ ନ ଥିଲେ, ଶାଶୁ ମୀନାଙ୍କ ଆଖିରେ ମଧ୍ୟ ଲୁହ ଥିଲା। ସେ ଜିଦ୍‌ ଧରିଥିଲେ ପିଲାଟିକୁ ତାଙ୍କୁ ଦିଆଯାଉ। କିନ୍ତୁ ପୋଲିସ ପୋ

Share