ଭାବିଥିଲେ ପଥର, ମୂଲ୍ୟ ଜାଣି ଚକିତ ହୋଇଗଲେ

ଜାକର୍ତ୍ତା,୪।୩ : ସମୁଦ୍ର କୂଳରେ ବୁଲିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କ ଭାଗ୍ୟ ବଦଳି ଯାଇଛି। ସିରିପର୍ନ ନିଆମ୍ରିନ ନାମକ ମହିଳା ନାଖୋନ ସି ଥାମାରାଟ୍‌ କୂଳରେ ଗତ ୨୩ ତାରିଖରେ ବୁଲୁଥିଲେ। ହଠାତ୍‌ ତାଙ୍କ ନଜର ପଡ଼ିଥିଲା ମାଛ ଭଳି ଗନ୍ଧ ହୋଇଥିବା ହାଲୁକା ପଥର ଉପରେ। ଏହାକୁ ବଜାରରେ ବିକିଲେ କିଛି ମୂଲ୍ୟ ମିଳିବ ଚିନ୍ତା କରି ଘରକୁ ନେଇ ଆସିଥିଲେ। ଘରେ ପହଞ୍ଚିବା ପରେ ଏହା କ’ଣ ଜାଣିବା ପାଇଁ ପଡୋଶୀଙ୍କୁ ମାଗିଥିଲେ ସହାୟତା।

ଏହା ଥିଲା ସବୁଠୁ ବଡ଼ ମାଛ ହ୍ବେଲର ବାନ୍ତି। ଏହା ଏମ୍ବରଗ୍ରିସ ଭାବେ ଜଣାଯାଏ। ଡେଲି ମେଲ ଅନୁଯାୟୀ, ୧୨ ଇଞ୍ଚ ଚଉଡ଼ା ଓ ୨୪ ଇଞ୍ଚ ଲମ୍ବା ଏମ୍ବରଗ୍ରିସର ମୂଲ୍ୟ ୧.୮୬ ଲକ୍ଷ ପାଉଣ୍ଡ, ଯାହାକି ଭାରତୀୟ ମୂଦ୍ରାରେ ୧.୮ କୋଟି ଟଙ୍କା। ଏହାର ମୂଲ୍ୟ ଜାଣିବା ପରେ ବିଶ୍ୱାସ କରିପାରି ନ ଥିଲେ ସିରିପର୍ନ। ସେ ଏବେ ବିଶେଷଜ୍ଞଙ୍କୁ ଅପେକ୍ଷା କରିଛନ୍ତି। ବିଶେଷଜ୍ଞମାନେ ଏହା ପ୍ରକୃତ ଏମ୍ବରଗ୍ରିସ କି ନାହିଁ, ତା’ର ଯାଞ୍ଚ କରିବେ। ତେବେ ଏହା ପରଫ୍ୟୁମରେ ଫିକ୍ସିଟିଭ ଭଳି କାମ କରେ। ବାସ୍ନାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ଏହାକୁ ବ୍ୟବହାର କରାଯାଏ।

Share