ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀ ଦେଲେ ଡିଭର୍ସ, ତା’ପରେ…

ଅଙ୍କାରା,୩।୨: ପ୍ରତିଦିନ ଗାଧୋଇବା ଓ ନିଜକୁ ସଫାସୁତରା ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ। ଖରାଦିନେ ଲୋକେ ଦିନକୁ ଦୁଇ-ତିନିଥର ଗାଧୋଇବାବେଳେ ଶୀତଦିନେ କମ୍‌ ଗାଧୋଇଥାନ୍ତି କିମ୍ବା ୪-୫ଦିନ ବ୍ୟବଧାନରେ ଗାଧୋଇଥାନ୍ତି। କିନ୍ତୁ ସ୍ବାମୀ ନ ଗାଧୋଇବା ଯୋଗୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଯିବ କେବେ କଳ୍ପନା କରିଛନ୍ତି। ଏପରି ମାମଲା ନିକଟରେ ସାମ୍ନାକୁ ଆସିଛି। ତୁର୍କୀର ଜଣେ ମହିଳା ଏସମ୍ପର୍କରେ କୋର୍ଟରେ ମକଦ୍ଦମା ଦାୟର କରିଛନ୍ତି।

ଘଟଣା ଏହା କି, ମହିଳା ଜଣକ ନିଜ ଆବେଦନରେ କହିଛନ୍ତି କି, ତାଙ୍କ ସ୍ବାମୀ ୭-୧୦ଦିନ ଧରି ସ୍ନାନ କରନ୍ତି ନାହିଁ। ଯାହାଯୋଗୁ ତାଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ। ଏପରି କି ସେ ସପ୍ତାହରେ ଥରେ କିମ୍ବା ଦୁଇଥର ଦାନ୍ତ ଘଷନ୍ତି। ଓଡିଟ ସେଣ୍ଟ୍ରାଲ ରିପୋର୍ଟ ଅନୁଯାୟୀ ମହିଳା ଜଣକ ନିଜ ବ୍ୟକ୍ତିଗତ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ସ୍ବାମୀଙ୍କ ବିରୋଧରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ମହିଳାଙ୍କ ଓକିଲ କୋର୍ଟକୁ କହିଛନ୍ତି ଯେ, ତାଙ୍କ ସ୍ବାମୀ ୫ ଦିନ ଯାଏ ସମାନ ପୋଷାକ ପିନ୍ଧିଥାନ୍ତି। ଏଥିସହ ସେ କ୍ୱଚିତ ସ୍ନାନ କରନ୍ତି। ଏହି କାରଣରୁ ତାଙ୍କ ଶରୀର ଏବଂ ପୋଷାକରୁ ଆସୁଥିବା ଦୁର୍ଗନ୍ଧରେ ମହିଳା ଅସ୍ୟହ ହୋଇ ପଡୁଥିଲେ।

ସୂଚନା ଅନୁଯାୟୀ, ମହିଳାଙ୍କ ଦାବିକୁ ପ୍ରମାଣିତ କରିବା ପାଇଁ କିଛି ସାକ୍ଷୀଙ୍କୁ କୋର୍ଟରେ ଡକାଯାଇଥିଲା। ଯେଉଁଥିରେ ମହିଳାଙ୍କ ସ୍ବାମୀଙ୍କ କିଛି ପରିଚିତ ଏବଂ ତାଙ୍କ ସହକର୍ମୀ ମଧ୍ୟ ରହିଥିଲେ। ସେମାନେ ସମସ୍ତେ ବ୍ୟକ୍ତିଙ୍କ ଖରାପ ବ୍ୟକ୍ତିଗତ ସ୍ବଚ୍ଛତାକୁ ନିଶ୍ଚିତ କରିଥିଲେ। ଏହା ପରେ କୋର୍ଟ ଉକ୍ତ ମହିଳାଙ୍କ ଛାଡପତ୍ର ଅନୁମୋଦନ କରିଥିଲେ। ଏଥିସହ ବ୍ୟକ୍ତିଗତ ସ୍ବଚ୍ଛତା ଅଭାବରୁ ସ୍ତ୍ରୀଙ୍କୁ ୧୩ଲକ୍ଷ ୬୯ହଜାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?