Posted inଜାତୀୟ

ବୟଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ମିଛ ଗଣବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

ନାଗପୁର,୧୪।୧୨: ଜଣେ ୧୯ ବର୍ଷୀୟା ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ ବିବାହ କରିବା ପାଇଁ ପୋଲିସରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ଦିନ ତମାମ ନାଗପୁର ପୋଲିସ ତଦନ୍ତ କରିବା ପରେ ଯୁବତୀ ମିଛ ଅଭିଯୋଗ କରିଥିବା ଜଣାପଡ଼ିଥିବା ଅଧିକାରୀ କହିଛନ୍ତି।

ଯୁବତୀ ଜଣଙ୍କ ସୋମବାର ଅପରାହ୍ନ ପ୍ରାୟ ୧୧ଟା ବେଳେ କାଲାମନା ଥାନାରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ଏହାପରେ ନାଗପୁର ପୋଲିସ କମିଶନର ଅମିତେଶ କୁମାରଙ୍କ ସମେତ ହଜାରେ ପୋଲିସ କର୍ମୀଙ୍କୁ ନେଇ ତଦନ୍ତ ପାଇଁ ଦଳ ଗଠନ କରାଯାଇଥିଲା। ମାତ୍ର ସହରରେ ଲାଗିଥିବା ୨୫୦ରୁ ଅଧିକ ସିସିଟିଭ ଫୁଟେଜ ଯାଞ୍ଚ କରିବା ପରେ ଯୁବତୀ ଜଣଙ୍କ ମିଛ ଗଣବଳାତ୍କାର କାହାଣୀ କହୁଥିବା ତଦନ୍ତକାରୀ ଦଳ ସିଦ୍ଧାନ୍ତରେ ପହଞ୍ଚିଥିଲା। ପରେ ପଚରାଉଚରା ବେଳେ ଯୁବତୀ ଜଣଙ୍କ ବୟଫ୍ରେଣ୍ଡକୁ ବିବାହ କରିବା ପାଇଁ ମିଛ କହୁଥିବା ସ୍ବୀକାର କରିଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ପୂର୍ବରୁ ନାଗପୁରର ଚିଖାଲି ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ଗଣବଳାତ୍କାର କରିଥିବା ଯୁବତୀ ଅଭିଯୋଗ ଆଣିଥିଲେ। ମ୍ୟୁଜିକ୍‌ କ୍ଲାସ ଯାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ଧଳା ରଙ୍ଗର ଭ୍ୟାନରେ ଆସି ମୋତେ ବାଟ ପଚାରିଥିଲେ। ତା’ ପରେ ସେମାନେ ମୋତେ ଜବରଦସ୍ତି ଟାଣି ନେଇଥିଲେ ଭ୍ୟାନ ଭତରକୁ। ଏକ ନିର୍ଜନ ସ୍ଥାନକୁ ନେଇ ଗଣବଳାତ୍କାର କରିଥିବା ଦର୍ଶାଇଥିଲେ ଅଭିଯୋଗରେ।

ଗଣବଳାତ୍କାର ଘଟଣା ହୋଇଥିବାରୁ ତୁରନ୍ତ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲା ପୋଲିସ। ସହରର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଦ୍ୱାରା ଭ୍ୟାନକୁ ସହରରେ ଖୋଜିବା ପାଇଁ ହଜାରେ ପୋଲିସ କର୍ମୀଙ୍କୁ ନେଇ ୪୦ ସ୍ବତନ୍ତ୍ର ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର ଅମିତେଶ। ୬ ଘଣ୍ଟା ଧରି ପରିଶ୍ରମ ଓ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପରେ ଯୁବତୀ ମିଛ କହୁଥିବା ସଦ୍ଧାନ୍ତରେ ପହଞ୍ଚିଥିଲା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri