Posted inଫୁରସତ

ହନିମୁନ ଯିବା ପାଇଁ ଲୋକଙ୍କୁ ଏମିତି ଠକିଲେ ଯୁବତୀ

ସ୍ବପ୍ନର ବିବାହ କରିବା ପାଇଁ ଜଣେ ଯୁବତୀ ଏମିତି ନାଟକ କରିଛନ୍ତି ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଗୁରୁତର କ୍ୟାନସର୍‌ ହୋଇଥିବା କହି ବନ୍ଧୁଙ୍କଠାରୁ ପ୍ରାୟ ୮ ଲକ୍ଷ ୩୬ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ଯୁବତୀ। ଏହି ଟଙ୍କାରେ ସେ ହନିମୁନ ଯାଇଥିଲେ। ତେବେ ସେ କ୍ୟାନ୍ସର୍‌ ହୋଇଥିବା ନାଟକ କରୁଥିବା ଜଣାପଡିଛି। ମିଛ ଧରାପଡିବା ପରେ ଏବେ ଯୁବତୀଙ୍କ ଜେଲ ହୋଇପାରେ। ୨୯ ବର୍ଷୀୟା ଏହି ଯୁବତୀ ଜଣଙ୍କ ସାଙ୍ଗମାନଙ୍କଠାରୁ ଟଙ୍କା ଠକିବା ପାଇଁ ଲଣ୍ଡା ମଧ୍ୟ ହୋଇଯାଇଥିଲେ। କ୍ୟାନସରର ରୋଗର ଶିକାର ହୋଇ ଏକ ଖବରକାଗଜକୁ ସାକ୍ଷାତକାର ଦେଇଥିଲେ ସେ। ଯୁବତୀ ଜଣକ ସାକ୍ଷାତକାରରେ କହିଥିଲେ ଯେ କ୍ୟାନସର ତାଙ୍କ ମସ୍ତିଷ୍କ ଏବଂ ହାଡରେ ପ୍ରବେଶ କରିଛି। ଚଳିତ ବର୍ଷ ଜାନୁଆରୀରେ ଯୁବତୀ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ବଞ୍ଚିବାକୁ ମାତ୍ର ୨ ମାସ ବାକି ଅଛି। କ୍ୟାନସର ଖବର ଶୁଣିବା ପରେ ଯୁବତୀଙ୍କ ବନ୍ଧୁ ଅର୍ଥ ସଂଗ୍ରହ ପାଇଁ ଏକ ଅନଲାଇନ ଅଭିଯାନ ଆରମ୍ଭ କରିଥିଲେ। ଝିଅର ସାଙ୍ଗ ଏବଂ ଅନ୍ୟମାନେ ଟଙ୍କା ଦାନ ଦେଇଥିଲେ ଏବଂ ସମୁଦାୟ ୮ ଲକ୍ଷ ୩୬ ହଜାର ଟଙ୍କା ଜମା କରାଯାଇଥିଲା। ଇଂଲଣ୍ଡର ଚେଶାୟାରରୁ ଆସିଥିବା ଏହି ଯୁବତୀଙ୍କ ନାମ ଟୋନି ସ୍କାଣ୍ଡେନ। ୫୨ ବର୍ଷୀୟ ଜେମ୍ସଙ୍କୁ ବିବାହ କରିବା ପରେ ସେ ମଧ୍ୟ ହନିମୁନ ପାଇଁ ତୁର୍କୀ ଯାଇଥିଲେ। ଟୋନିଙ୍କ ପିତା ପ୍ରକୃତରେ ଜଣେ କ୍ୟାନସର ରୋଗୀ ଥିଲେ ଏବଂ ବିବାହର କିଛି ଦିନ ପୂର୍ବରୁ ସେ ମୃତ୍ୟୁ ବରଣ କରିଥିଲେ। ଏବେ ଟୋନିଙ୍କୁ ଠକେଇ ପାଇଁ ଜେଲ ଯିବାକୁ ପଡିପାରେ। ଗତ ସପ୍ତାହରେ ସେ କୋର୍ଟରେ ହୋଇଥିବା ଠକେଇକୁ ସ୍ବୀକାର କରିଥିଲେ। ତାଙ୍କ ସାଙ୍ଗମାନେ ଏହି ଘଟଣାକୁ ଏକ ବଡ ଠକେଇ ବୋଲି ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri