Categories: ଫୁରସତ

ଏମିତି ମାନବିକତା ଦେଖାଇଲେ ମହିଳା, ସମସ୍ତେ କଲେ ସଲାମ

ଜଣେ ମହିଳା ନିଜ ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି। କେରଳର ତିରୁଭଲ୍ଲା ଟାଉନରେ ସେଲ୍ସଓମେନ ଭାବେ କାର୍ଯ୍ୟ କରୁଥିବା ସୁପ୍ରିୟା ଜଣେ ଦୃଷ୍ଟିହୀନ ବ୍ୟକ୍ତି ସହାୟତା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓକୁ ଆଇପିଏସ ବିଜୟକୁମାର ଟୁଇଟର ଶେୟାର୍‌ କରି ମହିଳାଙ୍କୁ ତାରିଫ କରିଛନ୍ତି। ଭିଡିଓରେ ସୁପ୍ରିଆ ବସ ପଛରେ ହଠାତ୍‌ ଦୌଡୁଥିବାର ଦେଖାଯାଇଥିଲା। ମହିଳା ଜଣଙ୍କ ଦୌଡି ଦୌଡି ବସ୍‌କୁ ଅଟକାଉଛନ୍ତି। ବସ ଅଟକିଲା ପରେ ପୁଣି ପଛକୁ ଦୌଡି ଯାଇ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଧରି ବସ୍‌ରେ ଚଢାଉଛନ୍ତି। ଦୃଷ୍ଟିହୀନ ବ୍ୟକ୍ତି ଜଣକ ବସ୍‌ରେ ଯିବାକୁ ଚାହୁଁଥିଲେ କିନ୍ତୁ ବସ୍‌ଟି ଜାଣି ନ ପାରି ଆଗକୁ ମାଡିଚାଲିଥିଲା। ଏହି ସମୟରେ ମହିଳା ଜଣକ ଆସି ଦୌଉ ଯାଇ ବସ୍‌କୁ ଅଟକାଇ ଥିଲେ। ଦୃଷ୍ଟିହୀନ ବୃଦ୍ଧଙ୍କ ହାତ ଧରି ତାଙ୍କୁ ବସରେ ଚାଇଥିଲେ।

Share