Categories: ଫୁରସତ

ମାତ୍ର ୨୨ ମିନିଟ୍‌ରେ ୫୦ ଚିଲି ଡଗ୍‌ ଖାଇ ରେକର୍ଡ ସୃଷ୍ଟି କଲେ ଏହି ମହିଳା

ଓ୍ବାଶିଂଟନ: ଆମେରିକାର ପଶ୍ଚିମ ମିଶିଗାନ ସହରର ଜଣେ ମହିଳାଙ୍କ ଖାଦ୍ୟ ପ୍ରତି ଏତେ ରୁଚି ଯେ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମହିଳା ଜଣକ ମାତ୍ର ୨୨ ମିନିଟ୍‌ରେ ୫୦ ହଟ୍‌ ଚିଲି ଡଗ୍‌ ଖାଇ ରେକର୍ଡ ସୃଷ୍ଟି କରିଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ଯେଉଁଠି ହଜାରେ ଲୋକ ଖାଇବା ପାଇଁ ରେଷ୍ଟୁରାଣ୍ଟ ପାଚେରିରେ ଲେଖାଯାଇଛି ସେଠି ଏହି ମହିଳା ତାଙ୍କର କାରନାମା ଦେଖାଇଛନ୍ତି। ମୌଲୀ ଶୁୟଲର ନାମକ ଏହି ମହିଳା ବୁଧବାର ରକଫୋର୍ଡର ‘ଦ କର୍ନର’ରେ ଖାଇବା ଆରମ୍ଭ କରିଥିଲେ। ସେ ଏମିତି ଖାଇଥିଲେ ଯେ, ଏଠାରେ ଅନ୍ୟ ଗ୍ରାହକମାନେ ନିଜ ଖାଇବା ଛାଡ଼ି ମୌଲୀଙ୍କୁ ଦେଖୁଥିଲେ। ମୌଲୀ ଏହାର ଖାଇବା ପରେ କହିଛନ୍ତି, ଏହା ତାଙ୍କର ପ୍ରଥମ ଥର ନୁହେଁ, ପୂର୍ବରୁ ସେ ମାତ୍ର ୧୯ ମିନିଟ୍‌ରେ ୪୪ଟି ହଟ୍‌ ଡଗ୍‌ ଖାଇଥିଲେ। ଖାଇବା ସର୍ଭ କରୁଥିବା ଲିସା ପାବୋ କହିଛନ୍ତି, ପ୍ରଥମେ ମୌଲୀଙ୍କୁ ସେ ୬ଟି ହଟ୍‌ ଡଗ୍‌ ଦେଇଥିଲେ। ପରେ ସେ ୨୨ ମିନିଟ୍‌ରେ ପ୍ରାୟ ୫୦ଟି ଚିଲି ହଟ୍‌ ଡଗ୍‌ ଖାଇ ଶେଷ କରିଥିଲେ।

Share