Categories: ଫୁରସତ

ଅଜବ ନିଶା: ସପ୍ତାହକୁ ୩ ବର୍ଗଫୁଟ କାନ୍ଥ ଖାଉଛନ୍ତି ଏହି ମହିଳା

ଦୁନିଆରେ ଅନେକ ବିଚିତ୍ର ଲୋକ ଅଛନ୍ତି। ଯେଉଁମାନେ ସେମାନଙ୍କର ଅଜବ କାରନାମାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେମିତି ଜଣେ ମହିଳା ଅଛନ୍ତି, ଯିଏ କି ଘରର କାନ୍ଥ ଖାଇ ଚର୍ଚ୍ଚାକୁ ଆସିଛନ୍ତି। ଏକଥା ବିଶ୍ୱାସ ହେଉ ନ ଥିଲେ ବି ସତ।

ଏମିତି ମହିଳା ଆମେରିକାର ମିଚିଗାନରେ ରୁହନ୍ତି। ତାଙ୍କ ନାମ ନିକୋଲ। ସେ ପ୍ରଥମେ ଚକ୍‌ ଖାଉଥିଲେ। ଆଉ ଏବେ ନିଜର ଇଚ୍ଛା ଦୂର କରିବା ପାଇଁ ଘରର କାନ୍ଥ ଖାଉଛନ୍ତି। ଏକଥା ଆମେ କହୁନୁ। ନିକୋଲ ନିଜେ ଏକ ଟିଭି କାର୍ଯ୍ୟକ୍ରମରେ ତାଙ୍କର ଏପରି ଅଦ୍ଭୁତ ନିଶା ବିଷୟରେ କହିଥିଲେ। ତାଙ୍କ କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାନ୍ଥ ଖାଇବା ନିଶା ତାଙ୍କର କିପରି ବଢ଼ିଥିଲା ଜାଣନ୍ତୁ ସେ ସମ୍ପର୍କରେ…

ନିକୋଲ କୁହନ୍ତି, ସେ ଘରର ଶୁଖିଲା କାନ୍ଥର ଗନ୍ଧକୁ ଭଲ ପାଆନ୍ତି। ଏପରିକି ସେ ଗୋଟିଏ ସପ୍ତାହରେ ତିନି ବର୍ଗଫୁଟ କାନ୍ଥ ଖାଉଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।
୫ ବର୍ଷରୁ ଅଧିକ ହେବ ସେ ଚକ୍‌ ଖାଉଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ ହେବାରୁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ସେବେଠାରୁ ସେ କାନ୍ଥ ଖାଇବାରେ ଅଭ୍ୟସ୍ତ ହୋଇଗଲେ। ତାଙ୍କର ଏହି କୁଅଭ୍ୟାସ ହେତୁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି ବୋଲି ସେ କହିଛନ୍ତି। ନିକୋଲ ବିଭିନ୍ନ କାନ୍ଥର ସ୍ବାଦକୁ ଭଲ ପାଆନ୍ତି।

ତାଙ୍କର ଏହି କୁଅଭ୍ୟାସକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଚେତାବନୀ ଦେଇଛନ୍ତି।
ଡାକ୍ତରମାନେ ତାଙ୍କୁ କହିଛନ୍ତି, କାନ୍ଥ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହୋଇପାରେ, କାରଣ କାନ୍ଥରେ ଥିବା ରଙ୍ଗରେ ରାସାୟନିକ ପଦାର୍ଥ ଥାଏ। ନିକୋଲ କହିଛନ୍ତି, ସେ ଏହି ନିଶାରୁ ମୁକ୍ତି ପାଇବାରେ ବିଫଳ ହୋଇଛନ୍ତି। ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଏହି ନିଶା ଛାଡ଼ି ପାରୁନାହାନ୍ତି।

Share