Categories: ଫୁରସତ

ପ୍ଲେଟରେ ନିଆଁ ଗୁଳା ରଖି ଖାଉଛନ୍ତି ଏହି ମହିଳା, ଆଇପିଏସ୍‌ କହିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଚେୟାରରେ ବସି  ଗୋଟିଏ ପରେ ଗୋଟିଏ ଚାମଚ ଫାୟାରବଲ୍‌  ଆରାମରେ ଖାଉଛନ୍ତି।

ଏହି ଭିଡିଓକୁ ଆଇପିଏସ୍‌ ଅଧିକାରୀ ରୂପିନ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ବାଷ୍ପ କରିବା ପରେ, ଲୁଣ ପାଣିରେ ଗାର୍ଗଲ କରିବା ପରେ, ହଳଦୀ କ୍ଷୀର ପିଇବା ପରେ, ପ୍ରତିଦିନ ଗରମ ପାଣି ପିଇବା ପରେ ଏହା ହେଉଛି ଶେଷ ଉପାୟ। କରୋନା ଜୀବନ୍ତ ଧ୍ୱଂସ ହେବ। ଅଧିକନ୍ତୁ, ସେ ଏହା ମଧ୍ୟ ଲେଖିଛନ୍ତି ଯେ ଆପଣ ଏହା କରିବାକୁ ଚେଷ୍ଟା କରିବା ଉଚିତ୍‌ ନୁହେଁ, କେବଳ ଟିକା ନିଅନ୍ତୁ।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ମହିଳାଙ୍କ ଏପରି ଦୁଃସାହସିକ କାର୍ଯ୍ୟକୁ ପ୍ରଶଂସା ବି କରିଛନ୍ତି।

Share