Posted inଫୁରସତ

ସାଲାଡ୍‌ ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ହୋଟେଲରେ ଖାଇବା ସମୟରେ ଗ୍ରାହକ ସାଲାଡ୍‌ ଖାଇବା ପାଇଁ ଖୁବ୍‌ ପସନ୍ଦ କରିଥାନ୍ତି। ଆଜିକାଲି ଲୋକଙ୍କ ଚାହିଦାକୁ ଦେଖି ସାଲାଡ୍‌ର ମୂଲ୍ୟ ବି ବଢ଼ିଗଲାଣି। କାରଣ ସାଲାଡ୍‌ ସ୍ବାସ୍ଥ୍ୟପକ୍ଷେ ବହୁତ ଲାଭଦାୟକ। କିଛି ଲୋକ ଭିନ୍ନ ଭିନ୍ନ କିସମର ସାଲାଡ୍‌ ଡାଏଟ୍‌ରେ ସାମିଲ କରୁଛନ୍ତି।


ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୁଣେରେ ରହୁଥିବା ଜଣେ ମହିଳା ସାଲାଡ୍‌ ବିକି ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ମେଘା ବାଫ୍‌ନା ନାମକ ଏହି ମହିଳା ଜଣକ ୨୦୧୭ରେ ନିଜର ବେପାର ଆରମ୍ଭ କରିଥିଲେ। ସେ ନିଜ ଘରେ ସାଲାଡ୍‌ ପ୍ରସ୍ତୁତ କରି ପ୍ରଥମେ ସୋସିଆଲ ମିଡିଆରେ ସାଙ୍ଗମାନଙ୍କ ସହ ଶେୟାର କରୁଥିଲେ। ପରେ ତାଙ୍କୁ ଧୀରେ ଧୀରେ ଅର୍ଡର ମିଳିବା ଆରମ୍ଭ ହୋଇଥିଲା। ମେଘାଙ୍କୁ ପ୍ରଥମ ଦିନ ତାଙ୍କର ୫ ଜଣ ସାଙ୍ଗ ଅର୍ଡର ଦେଇଥିଲେ। ମେଘାଙ୍କ ଦ୍ୱାରା ପ୍ରସ୍ତୁତ ସାଲାଡ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଧୀରେ ଧୀରେ ତାଙ୍କ ବେପାର ମଧ୍ୟ ବଢିଚାଲିଛି।

ଆଜି ମେଘା ଜଣେ ସଫଳ ବ୍ୟବସାୟୀ। ୩୦୦୦ ଟଙ୍କାରୁ ବେପାର ଆରମ୍ଭ କରିଥିା ମେଘା ଆଜିର ସମୟରେ ସେ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମେଘା ପ୍ରତିଦିନ ସକାଳ ସାଢ଼େ ୪ରୁ ଉଠି ସାଲାଡ୍‌ ପ୍ୟାକେଟ୍‌ ପ୍ରସ୍ତୁତ କରିଥାନ୍ତି। ପରିବା ଆଣନ୍ତି। ମସଲା ପ୍ରସ୍ତୁତ କରନ୍ତି। ପ୍ରତି କାମ ସେ ନିଜେ କରିଥାନ୍ତି। ଅନେକ ଥର କ୍ଷତି ସହିଥିଲେ ମଧ୍ୟ ସେ ବେପାର ଛାଡ଼ି ଦେଇନାହାନ୍ତି। ଯାହା ଆଜି ତାଙ୍କୁ ପ୍ରତିଷ୍ଠିତ ବ୍ୟବସାୟୀର ପରିଚୟ ଦେଇଛି। ଲକ୍‌ଡାଉନ୍‌ ପୂର୍ବରୁ ତାଙ୍କର ୨୦୦ ଗ୍ରାହକ ଥିଲେ। ବର୍ତ୍ତମାନ ଏହି ସଂଖ୍ୟା ବଢ଼ିଚାଲିଛି। ମେଘା କୁହନ୍ତି, ଇଚ୍ଛାଶକ୍ତି ଥିଲେ କେହି କୌଣସି କାର୍ଯ୍ୟରେ ହାରିବେ ନାହିଁ। ବେପାର ମାନ୍ଦା ପରେ ମଧ୍ୟ ସେ କାମ ଛାଡ଼ି ଦେଇ ନାହାନ୍ତି। ଯେଉଁଥିପାଇଁ ସେ ଆଜି ଏହି ଜାଗାରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri