ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମର ଜଣେ ମହିଳା ବୁଧବାର ସାରେ ଗ୍ରାମ ନାଳକୁ କୌଣସି କାମରେ ଯାଇଥିବା ବେଳେ ଭାସିଯାଇଛନ୍ତି। ସେ ହେଲେ ଆମ୍ବି ନାୟକ। ଖବର ଲେଖା ହେବା ସୁଦ୍ଧା(ରାତି ୮ଟା) ତାଙ୍କର କୌଣସି ପତ୍ତା ମିଳିନାହିଁ। ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମହିଳାଙ୍କ କିଛି ପତ୍ତା ମିଳୁ ନ ଥିବାକୁ ନେଇ ତାଙ୍କ ପରିବାର ଚିନ୍ତିତ ଅବସ୍ଥାରେ ଅଛନ୍ତି।


