Posted inଫୁରସତ

ମାଇନସ୍‌ ୧୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍‌ଅପ୍‌ କଲେ ମହିଳା, ଭିଡିଓ ଦେଖିଲେ…

ସୈନିକମାନଙ୍କର କାର୍ଯ୍ୟ କେତେ ଯେ, କଷ୍ଟସାଧ୍ୟ ତାହା ଆପଣ ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବେ। ଉତ୍ତର ଭାରତର ଲୋକମାନେ ଶୀତଦିନେ ନିଜକୁ କମ୍ବଳ ଭିତରେ ରଖୁଥିବା ବେଳେ ସୈନିକମାନେ ବରଫର ମୋଟା ଚାଦର ମଧ୍ୟରେ ଦେଶକୁ ଜଗିଥାନ୍ତି। ଏପରି ପରିସ୍ଥିତିରେ ସେମାନେ ନିଜକୁ ଫିଟ୍‌ ଏବଂ ହିଟ୍‌ ରଖିବାକୁ ବାୟାମ କରିଥାନ୍ତି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଏକ ସ୍ବତନ୍ତ୍ର ଭିଡିଓ। କାରଣ ଏଥିରେ ଜଣେ ମହିଳା ସୈନିକ ପୁଶ୍‌ଅପ୍‌ କରୁଥିବାର ଦେଖିବାକୁ ମିଳିଛି।

ଇନ୍‌ଷ୍ଟାଗ୍ରାମ ୟୁଜର ନେହା ବାଙ୍ଗିଆ ଜଣେ ଫିଟନେସ୍‌ କୋଚ୍‌। ଯିଏ ସୋସିଆଲ ମିଡିଆରେ ଯୋଗ ଏବଂ ବ୍ୟାୟାମ କରୁଥିବା ଭିଡିଓ ପୋଷ୍ଟ କରନ୍ତି। ସମ୍ପ୍ରତି ସେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ବରଫର ଘନ ଚାଦର ଏବଂ ଅତ୍ୟଧିକ ଥଣ୍ଡା ତାପମାତ୍ରା ମଧ୍ୟରେ ପୁଶ୍‌ଅପ୍‌ କରୁଥିବା ଦେଖାଯାଉଛି। ଜଣେ ସେନା ଲୋକ ମଧ୍ୟ ସେମାନଙ୍କ ସହିତ ପୁଶ୍‌ଅପ୍‌ କରୁଛନ୍ତି।

ମହିଳା ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମାଇନସ୍‌ ୧୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ପୁଶ୍‌ଅପ୍‌ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜ ଅଟେ। ଏପରି ଶୀତରେ ବଞ୍ଚିବା ଆମ ପାଇଁ ଏତେ କଷ୍ଟସାଧ୍ୟ, କିନ୍ତୁ ସୈନିକମାନେ ବର୍ଷସାରା ସେଠାରେ ଖୁସିରେ ରୁହନ୍ତି। ମୁଁ ନିଜ ପାଇଁ ଏକ ପୁଶ୍‌ଅପ୍‌ ଭିଡିଓ ପ୍ରସ୍ତୁତ କରୁଥିଲି ଯେତେବେଳେ ମୋ ପଛରେ ଠିଆ ହୋଇଥିବା ଜଣେ ସୈନିକ ଭାଇ ମୋତେ କହିଥିଲେ, ଆମେ ଏଠାରେ କୌଣସି ଝିଅ ପୁଶ୍‌ଅପ୍‌ କରୁଥିବାର ଦେଖିନାହୁଁ। ଆମେ ପ୍ରତିଦିନ ବ୍ୟାୟାମ କରୁ କାରଣ ଶୀତରୁ ରକ୍ଷା ପାଇବା ପାଇଁ ଏହା ସର୍ବୋତ୍ତମ ଉପାୟ। ଏହା ପରେ ଆଉ ଜଣେ ସୈନିକ ଭାଇ ମୋ’ ସହିତ ପୁଶ୍‌ଅପ୍‌ କରିବାକୁ ଆସିଥିଲେ। ମୁଁ ପ୍ରାୟ ୧୫ ଟି ପୁଶ୍‌ଅପ୍‌ କରିସାରିଛି। କିନ୍ତୁ ମୁଁ ସେମାନଙ୍କୁ କିପରି ମନା କରିପାରିବି? ମୋ’ ହାତ ଥଣ୍ଡା ହୋଇଗଲା ଏବଂ ମୁଁ ବନ୍ଦ କରିବାକୁ ଲାଗିଲି। କିନ୍ତୁ ତାଙ୍କ ସହ ପୁଶ୍‌ଅପ୍‌ କରିବା ମୋ ପାଇଁ ଗର୍ବର ବିଷୟ।

ଭାଇରାଲ ଭିଡିଓରେ ସେ ବରଫ ମଝିରେ ପୁଶ୍‌ଅପ୍‌ କରୁଥିବା ନଜର ଆସିଛନ୍ତି। ଜଣେ କହିଛନ୍ତି, ସୈନିକଙ୍କ ସହ ସମାନ ଷ୍ଟେପ୍‌ର ପୁଶ୍‌ଅପ୍‌ କରିବା ନିଜ ଭିତରେ ସମ୍ପୂର୍ଣ୍ଣ ଅନନ୍ୟ ଅଟେ। ଅନ୍ୟ ଜଣେ ୟୁଜର କହିଛନ୍ତି, ଏହି ଛୋଟ ପୁଶ୍‌ଅପ୍‌ କେବଳ ଜଣେ ସୈନିକ ଭାଇ ପାଇଁ ମଜାଦାର ଏବଂ ଆପଣଙ୍କ ପାଇଁ ବ୍ୟାୟାମର ଏକ ଅଂଶ, ସେମାନେ ଏହାଠାରୁ ଅଧିକ ବ୍ୟାୟାମ ମଧ୍ୟ କରନ୍ତି। ଆଉ ଜଣେ ୟୁଜର କହିଛନ୍ତି, ଭାରତୀୟ ସେନାର ସୈନିକମାନଙ୍କ ପାଇଁ ଗର୍ବିତ। ଏହି ଭିଡିଓକୁ ୧ କୋଟିରୁ ଅଧିକ ଭ୍ୟୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?