ସାବିତ୍ରୀ ବ୍ରତରେ ଜୀବନ ହାରିଲେ ମହିଳା

ସଇଁନ୍ତଳା,୩୦।୫(ଡି.ଏନ୍‌.ଏ.): ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସୋମବାର ବିବାହିତା ମହିଳା ଧୁମଧାମରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି l ଏନେଇ ଗାଁଠୁ ସହର ବେଶ୍‌ ଉତ୍ସବ ମୁଖର l ହେଲେ ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ତାଳବାହାଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହିଳା ଜଣକ ଆତ୍ମହତ୍ୟା କରି ଜୀବନ ହାରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ସଇଁନ୍ତଳା ପୋଲିସ ମୃତଦେହ ଜବତକରି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, କିଛିଦିନ ହେଲା ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଏଭଳି ସ୍ଥିତିରେ ସ୍ବାମୀ ବନମାଳୀ ବଗର୍ତ୍ତି କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ସ୍ତ୍ରୀ ବିଜୁଳି ବଗର୍ତ୍ତି(୨୬) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବିଜୁଳିଙ୍କର ଜଣେ ୮ ବର୍ଷର ଝିଅ ଅଛନ୍ତି। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ ସହ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଛି।