Categories: ଜାତୀୟ

ହାଜତରେ ମହିଳାଙ୍କ ମୃତ୍ୟୁ

ଅହମଦାବାଦ,୧୭।୨: ଗୁଜରାଟର ବାଲସାଦ ଜିଲାରେ ବିଦେଶୀ ମଦ ଚୋରା ଚାଲାଣ ବେଳେ ଗିରଫ ହୋଇଥିବା ଜଣେ ୭୦ ବର୍ଷୀୟ ମହିଳାଙ୍କର ଭାପି ଥାନାରେ ମୃତ୍ୟୁ ଘଟିଛି। ସେ ରାଜ୍ୟ ପରିବହନ ବିଭାଗର ଏକ ବସ୍‌ରେ ମଦ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ। ତାଙ୍କଠାରୁ ୯,୩୭୫ ଟଙ୍କାର ମଦ ଜବତ ହୋଇଥିଲା। ମହିଳାଙ୍କ ନାଁ ଲତା ଓରଫ ସୁଶୀଲା ଗଓ୍ବାନି ଓ ଘର ନଭସାରି ବୋଲି ଜଣାପଡ଼ିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି। ପୋଲିସ କହିବା ଅନୁଯାୟୀ ମହିଳା ଜଣକ ମଦ ପିଇଥିଲେ। ତାଙ୍କୁ ଗିରଫ କରାଯିବା ପରେ ଭାପି ଥାନା ହାଜତ ବାହାରେ ରଖାଯାଇଥିଲା। ରାତିରେ ଥାନା କର୍ମଚାରୀ ତାଙ୍କ ପାଇଁ ଖାଦ୍ୟ ନେଇ ଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ପୋଲିସ ମହିଳାଙ୍କ ବ୍ୟବଚ୍ଛେଦ କରାଇଛି।

Share