ଝଗଡ଼ା ପରେ ବିଷ ପିଇଲେ ନବବିବାହିତା

ବ୍ରହ୍ମପୁର ଅଫିସ,୨୭ା୮: ବିଷପିଇ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଅଲାରିଗଡ ଗ୍ରାମର ସାବିତ୍ରୀ ନାହାକ। ସଦର ଥାନା ପୋଲିସ ମୃତଦେହ ଜବତ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୪୩/୨୧) ରୁଜୁ ହୋଇଛି। ଗତ ୬ ମାସ ତଳେ ଅଲାରିଗଡର ପ୍ରଶାନ୍ତ ନାହାକ ରୋହିଗାଁର ସାବିତ୍ରୀଙ୍କୁ ବିବାହ କରିଥିଲେ। ହେଲେ କୌଣସି କାରଣରୁ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଗୁରୁବାର ଝଗଡା ପରେ ସାବିତ୍ରୀ ବିଷ ପିଇ ଦେଇଥିଲେ।