୧୪ମିନିଟ୍‌ ଯାଏଁ ବନ୍ଦ ରହିଥିଲା ହାର୍ଟବିଟ୍‌, ହେଲେ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ବାମୀ

କିଛିଦିନ ମଧ୍ୟରେ କାର୍ଡିଆକ ଆରେଷ୍ଟକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ନିକଟରେ ୩୨ବର୍ଷିୟ ଜୈନା ଗୁଡଙ୍କର ମଧ୍ୟ ଏପରି କିଛି ହୋଇଥିଲା।

ଘଟଣା ଏମିତି କି, ସ୍ବାମୀ ରସ ହଠାତ୍‌ ରାତି ୩ ଟାରେ ଆଖି ଖୋଲିବା କ୍ଷଣି ତାଙ୍କ ସ୍ତ୍ରୀ ଜୈନା ଙ୍କୁ ତାଙ୍କ ପାଖରେ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ହଠାତ୍‌ ସ୍ତ୍ରୀଙ୍କ ଏପରି ଅବସ୍ଥା ଦେଖି ସେ ଘାବରେଇ ଯାଇଥିଲେ। ସ୍ତ୍ରୀ ନିଶ୍ୱାସ ନ ନେଇ ପାରୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପାଖରେ ତାଙ୍କର ୩ସପ୍ତାହର ଶିଶୁଟି ଶୋଇଥିଲା। କଣ କରିବେ କଣ କରିବେ ନାହିଁ ଭାବି ସେ ସ୍ତ୍ରୀଙ୍କୁ Cardiopulmonary resuscitation(ସିନିଆର) ଦେବାକୁ ଲାଗିଲେ। ଏପଟେ ୯୯୯କୁ ଡାଇଲ କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ କରିବାର କେଇ ମିନିଟ ମଧ୍ୟରେ ୬ଜଣ ପାରାମେଡିକାଲର ଟିମ୍‌ ଆସି ପହଞ୍ଚି ଯାଇଥିଲେ। ତାଙ୍କୁ ତତ୍‌କ୍ଷଣାତ ହସ୍ପିଟାଲ ନିଆଯାଇଥିଲା। ଜରୁରୀକାଳୀନ ଭିତ୍ତିରେ ତାଙ୍କର ଚିକିତ୍ସା କରିବା ସହ ଜୈନା ମୃତ୍ୟୁ ମୁଖରୁ ଫେରି ଆସିଥିଲେ।

ଇଂଲଣ୍ଡର ଏକ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଥିବା ଜୈନା କହିଛନ୍ତି, ଆମେ ୧୫ବର୍ଷ ଧରି ଏକାଠି ରହୁଛୁ। ନିଜର ପସନ୍ଦ ନା-ପସନ୍ଦ ସବୁ ଜାଣିଛୁ। ଯଦି ରସଙ୍କର ନିଦ ଭାଙ୍ଗି ନ ଥାନ୍ତା କଣ ଯେ ହୋଇଥାନ୍ତା। ସେ ରାତି ଅଧରେ ଉଠି ମୋତେ ହଲାଇବାକୁ ଚେଷ୍ଟା କରିଥିଲେ ହେଲେ ମୁଁ କୌଣସି ଉତ୍ତର ଦେଇ ନ ଥିଲି। ଭୟଭୀତ ହୋଇ ସେ ମୋତେ ଚଟାଣକୁ ଟାଣି ଆଣିଥିଲେ ଓ ନିଶ୍ୱାସ ନେବା ପାଇଁ ଲଗାତାର ସିପିଆର ଦେବା ଆରମ୍ଭ କରି ଦେଇଥିଲେ। ଏହାରି ଭିତରେ ସେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସରେ ମୋତେ ହସ୍ପିଟାଲ ନିଆଯାଇଥିଲା। ମୋର ୧୪ମିନିଟ୍‌ ଯାଏଁ ହାର୍ଟବିଟ୍‌ ବନ୍ଦ ହୋଇଯାଇଥିଲା। ଏହି ସମୟରେ ବଞ୍ଚିବାର ମାତ୍ର ୪ପ୍ରତିଶତ ସମ୍ଭାବନା ଥାଏ। ହସ୍ପିଟାଲରେ ଡାକ୍ତର ଏହାକୁ ଚମତ୍କାର କରିବା ସହ ସ୍ବାମୀ ରସଙ୍କର ଏପରି ଉପସ୍ଥିତି ବୁଦ୍ଧିକୁ ପ୍ରଶଂସା କରିଥିଲେ। ମୋତେ ଏହିପରି ଇ-ରେଗୁଲାରିଟି ହାର୍ଟବିଟ୍‌ର ସମସ୍ୟା ଅଛି, ମାତ୍ର ଡାକ୍ତର ଏହାକୁ ବିପଦଜ୍ଜନକ ବୋଲି କହି ନ ଥିଲେ।

ସେ ଆହୁରି କହିଛନ୍ତି, ରସ ଯଦି ମୋତେ ବଞ୍ଚାଇବାର ପ୍ରୟାସ ଛାଡି ଦେଇଥାନ୍ତେ ତ ମୁଁ ବଞ୍ଚିପାରି ନ ଥାନ୍ତି। ସେ କେବଳ ମୋ ଜୀବନ ବଞ୍ଚାଇଛନ୍ତି ତାହା ନୁହେଁ ମୋ ଛୁଆ ଚାର୍ଲିକୁ ତା’ ମାଆକୁ ଫେରାଇଛନ୍ତି।

Share