୧୪ମିନିଟ୍‌ ଯାଏଁ ବନ୍ଦ ରହିଥିଲା ହାର୍ଟବିଟ୍‌, ହେଲେ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ବାମୀ

କିଛିଦିନ ମଧ୍ୟରେ କାର୍ଡିଆକ ଆରେଷ୍ଟକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ନିକଟରେ ୩୨ବର୍ଷିୟ ଜୈନା ଗୁଡଙ୍କର ମଧ୍ୟ ଏପରି କିଛି ହୋଇଥିଲା।

ଘଟଣା ଏମିତି କି, ସ୍ବାମୀ ରସ ହଠାତ୍‌ ରାତି ୩ ଟାରେ ଆଖି ଖୋଲିବା କ୍ଷଣି ତାଙ୍କ ସ୍ତ୍ରୀ ଜୈନା ଙ୍କୁ ତାଙ୍କ ପାଖରେ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ହଠାତ୍‌ ସ୍ତ୍ରୀଙ୍କ ଏପରି ଅବସ୍ଥା ଦେଖି ସେ ଘାବରେଇ ଯାଇଥିଲେ। ସ୍ତ୍ରୀ ନିଶ୍ୱାସ ନ ନେଇ ପାରୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପାଖରେ ତାଙ୍କର ୩ସପ୍ତାହର ଶିଶୁଟି ଶୋଇଥିଲା। କଣ କରିବେ କଣ କରିବେ ନାହିଁ ଭାବି ସେ ସ୍ତ୍ରୀଙ୍କୁ Cardiopulmonary resuscitation(ସିନିଆର) ଦେବାକୁ ଲାଗିଲେ। ଏପଟେ ୯୯୯କୁ ଡାଇଲ କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ କରିବାର କେଇ ମିନିଟ ମଧ୍ୟରେ ୬ଜଣ ପାରାମେଡିକାଲର ଟିମ୍‌ ଆସି ପହଞ୍ଚି ଯାଇଥିଲେ। ତାଙ୍କୁ ତତ୍‌କ୍ଷଣାତ ହସ୍ପିଟାଲ ନିଆଯାଇଥିଲା। ଜରୁରୀକାଳୀନ ଭିତ୍ତିରେ ତାଙ୍କର ଚିକିତ୍ସା କରିବା ସହ ଜୈନା ମୃତ୍ୟୁ ମୁଖରୁ ଫେରି ଆସିଥିଲେ।

ଇଂଲଣ୍ଡର ଏକ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଥିବା ଜୈନା କହିଛନ୍ତି, ଆମେ ୧୫ବର୍ଷ ଧରି ଏକାଠି ରହୁଛୁ। ନିଜର ପସନ୍ଦ ନା-ପସନ୍ଦ ସବୁ ଜାଣିଛୁ। ଯଦି ରସଙ୍କର ନିଦ ଭାଙ୍ଗି ନ ଥାନ୍ତା କଣ ଯେ ହୋଇଥାନ୍ତା। ସେ ରାତି ଅଧରେ ଉଠି ମୋତେ ହଲାଇବାକୁ ଚେଷ୍ଟା କରିଥିଲେ ହେଲେ ମୁଁ କୌଣସି ଉତ୍ତର ଦେଇ ନ ଥିଲି। ଭୟଭୀତ ହୋଇ ସେ ମୋତେ ଚଟାଣକୁ ଟାଣି ଆଣିଥିଲେ ଓ ନିଶ୍ୱାସ ନେବା ପାଇଁ ଲଗାତାର ସିପିଆର ଦେବା ଆରମ୍ଭ କରି ଦେଇଥିଲେ। ଏହାରି ଭିତରେ ସେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସରେ ମୋତେ ହସ୍ପିଟାଲ ନିଆଯାଇଥିଲା। ମୋର ୧୪ମିନିଟ୍‌ ଯାଏଁ ହାର୍ଟବିଟ୍‌ ବନ୍ଦ ହୋଇଯାଇଥିଲା। ଏହି ସମୟରେ ବଞ୍ଚିବାର ମାତ୍ର ୪ପ୍ରତିଶତ ସମ୍ଭାବନା ଥାଏ। ହସ୍ପିଟାଲରେ ଡାକ୍ତର ଏହାକୁ ଚମତ୍କାର କରିବା ସହ ସ୍ବାମୀ ରସଙ୍କର ଏପରି ଉପସ୍ଥିତି ବୁଦ୍ଧିକୁ ପ୍ରଶଂସା କରିଥିଲେ। ମୋତେ ଏହିପରି ଇ-ରେଗୁଲାରିଟି ହାର୍ଟବିଟ୍‌ର ସମସ୍ୟା ଅଛି, ମାତ୍ର ଡାକ୍ତର ଏହାକୁ ବିପଦଜ୍ଜନକ ବୋଲି କହି ନ ଥିଲେ।

ସେ ଆହୁରି କହିଛନ୍ତି, ରସ ଯଦି ମୋତେ ବଞ୍ଚାଇବାର ପ୍ରୟାସ ଛାଡି ଦେଇଥାନ୍ତେ ତ ମୁଁ ବଞ୍ଚିପାରି ନ ଥାନ୍ତି। ସେ କେବଳ ମୋ ଜୀବନ ବଞ୍ଚାଇଛନ୍ତି ତାହା ନୁହେଁ ମୋ ଛୁଆ ଚାର୍ଲିକୁ ତା’ ମାଆକୁ ଫେରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

୧ ଜୁଲାଇରୁ ଝଟ୍‌କା! ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ; ଆଧାର, ଆଇଟିଆର୍ ଏବଂ ବ୍ୟାଙ୍କରେ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ଟ୍ୟାକ୍ସପେୟର (କରଦାତା), ବ୍ୟାଙ୍କ ଗ୍ରାହକ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri