ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ

ଠାକୁରମୁଣ୍ଡା, ୧୦।୧୦ (ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଖୁଦିଶିଳା ଗ୍ରାମରେ ମଙ୍ଗଳବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ମାଣିକ କାର୍ଜିଙ୍କ ସ୍ତ୍ରୀ ତୁରିଆ କାର୍ଜି (୩୦ ବର୍ଷ)।
ମିିଳିଥିବା ସୂଚନା ଅନୁଯାୟୀ, ଖୁଦିଶିଳା ଗ୍ରାମର ମାଣିକ କାର୍ଜିଙ୍କର ଥିବା ପ୍ରଧାନମନ୍ତ୍ରୀ ଆବାସ ଗ୍ରହକୁ ବିଦ୍ୟୁତ ସଂଯୋଗ ହୋଇଥିଲା। ଘରର ସମ୍ମୁଖରେ ଲଗାଇ ଥିବା ଲୁହା ଗେଟ୍‌ ଦେଇ ବିଦ୍ୟୁତ ତାରକୁ ଘର ଭିତରକୁ ନେଇଥିଲେ। ଏହି ଲୁହା ଗେଟ୍‌ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାର୍ଜ ହୋଈ ରହିଥିଲା। ସକାଳେ ତୁରିଆ ଏହି ଲୁହା ଗେଟ୍‌କୁ ଖୋଲୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଓଟୋ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।