Posted inଫୁରସତ

୩୦ ବର୍ଷ ହେଲା ନଖ କାଟୁନାହାନ୍ତି ଏହି ମହିଳା

ସାଧାରଣତଃ ପରିସ୍କାର ପରିଚ୍ଛନ୍ନ ରହିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ଲୋକେ ନଖ କାଟନ୍ତି। କେହି କେହି ଫ୍ୟାଶନ ପାଇଁ ଅଳ୍ପ ନଖ ବଢ଼ାଇଥାନ୍ତି। ଏହା ଅତି ବେଶିରେ ୨-୩ ଇଞ୍ଚ ହୋଇଥାଏ। ଯଦି କାହା ନଖର ଲମ୍ବ ୧୨ ଇଞ୍ଚ ତେବେ ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ।

ଆମେରିକାର ୫୯ ବର୍ଷୀୟା କାର୍ଡେଲିଆ ଆଡାମସ ନାମକ ଜଣେ ମହିଳା ଗତ ୩୦ ବର୍ଷ ଧରି ନଖ ନ କାଟି ରଖିଛନ୍ତି। ଏହି ନଖକୁ ନେଇ ସେ ଏବେ ଚର୍ଚ୍ଚାରେ। କାର୍ଡେଲିଆ ପିଲାଦିନେ ତାଙ୍କ ମା’ଙ୍କ ନଖକୁ ବହୁତ ଭଲ ପାଉଥିଲେ। ଯାହା ପରେ ସେ ମଧ୍ୟ ନଖ ବଢ଼ାଇବାକୁ ସ୍ଥିର କରିଥିଲେ। ୧୯୮୯ ପରଠାରୁ ସେ ଆଉ ନଖ କାଟି ନାହାନ୍ତି। ବର୍ତ୍ତମାନ ସେ ତାଙ୍କର ଅଦ୍ଭୁତ ଚେହେରା ଯୋଗୁ ଲୋକଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ବି ନଖ ରଖି ଏହାକୁ ବହୁତ ଏନ୍‌ଜୟ କରନ୍ତି।

କାର୍ଡେଲିଆଙ୍କ ନଖଗୁଡ଼ିକ ୧୬ ଇଞ୍ଚ ଥିଲା। ପରେ ସେ ୧୨ ଇଞ୍ଚରେ କାଟିବା ପରେ ଏହାକୁ ସମାନ ଲମ୍ବରେ ରଖିଥିଲେ। ସେ କେବଳ ଏହି ଲମ୍ବା ନଖରେ ନିଜର ଦୈନନ୍ଦିନ କାର୍ଯ୍ୟ କରନ୍ତି। ଅବଶ୍ୟ, କାର୍ଡେଲିଆ ଏପରି କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେଣୁ ସେ ଆଙ୍ଗୁଠିର ଟିପରେ ଅନେକ କିଛି କରିଥାନ୍ତି।


କାର୍ଡେଲିଆ ତାଙ୍କର ଅନନ୍ୟ ଲୁକ୍‌ ପାଇଁ ସୋସିଆଲ ମିଡିଆରେ ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ଲୋକମାନେ ତାଙ୍କର ଏହି ନଖଗୁଡ଼ିକ ସହିତ କାମ କରିବା ଦେଖି ମଜା ଉଠାଇଥାନ୍ତି। ବିଶେଷକରି ତାଙ୍କ ହାତ ଧୋଇବା ଭିଡିଓ ୧୭ ମିଲିୟନରୁ ଅଧିକ ଲାଇକ୍‌ ପାଇଛି। ୟୁଜରମାନେ କାର୍ଡେଲିଆଙ୍କୁ ସେ କିପରି ଖାଆନ୍ତି, କପରି ଶୁଅନ୍ତି ବୋଲି ପଚାରନ୍ତି। ସେ ନଖରେ ପେଣ୍ଟିଂ କରିବାକୁ ବହୁତ ଭଲ ପାଆନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri