Posted inଫୁରସତ

୩୦ ବର୍ଷ ହେଲା ନଖ କାଟୁନାହାନ୍ତି ଏହି ମହିଳା

ସାଧାରଣତଃ ପରିସ୍କାର ପରିଚ୍ଛନ୍ନ ରହିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ଲୋକେ ନଖ କାଟନ୍ତି। କେହି କେହି ଫ୍ୟାଶନ ପାଇଁ ଅଳ୍ପ ନଖ ବଢ଼ାଇଥାନ୍ତି। ଏହା ଅତି ବେଶିରେ ୨-୩ ଇଞ୍ଚ ହୋଇଥାଏ। ଯଦି କାହା ନଖର ଲମ୍ବ ୧୨ ଇଞ୍ଚ ତେବେ ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ।

ଆମେରିକାର ୫୯ ବର୍ଷୀୟା କାର୍ଡେଲିଆ ଆଡାମସ ନାମକ ଜଣେ ମହିଳା ଗତ ୩୦ ବର୍ଷ ଧରି ନଖ ନ କାଟି ରଖିଛନ୍ତି। ଏହି ନଖକୁ ନେଇ ସେ ଏବେ ଚର୍ଚ୍ଚାରେ। କାର୍ଡେଲିଆ ପିଲାଦିନେ ତାଙ୍କ ମା’ଙ୍କ ନଖକୁ ବହୁତ ଭଲ ପାଉଥିଲେ। ଯାହା ପରେ ସେ ମଧ୍ୟ ନଖ ବଢ଼ାଇବାକୁ ସ୍ଥିର କରିଥିଲେ। ୧୯୮୯ ପରଠାରୁ ସେ ଆଉ ନଖ କାଟି ନାହାନ୍ତି। ବର୍ତ୍ତମାନ ସେ ତାଙ୍କର ଅଦ୍ଭୁତ ଚେହେରା ଯୋଗୁ ଲୋକଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ବି ନଖ ରଖି ଏହାକୁ ବହୁତ ଏନ୍‌ଜୟ କରନ୍ତି।

କାର୍ଡେଲିଆଙ୍କ ନଖଗୁଡ଼ିକ ୧୬ ଇଞ୍ଚ ଥିଲା। ପରେ ସେ ୧୨ ଇଞ୍ଚରେ କାଟିବା ପରେ ଏହାକୁ ସମାନ ଲମ୍ବରେ ରଖିଥିଲେ। ସେ କେବଳ ଏହି ଲମ୍ବା ନଖରେ ନିଜର ଦୈନନ୍ଦିନ କାର୍ଯ୍ୟ କରନ୍ତି। ଅବଶ୍ୟ, କାର୍ଡେଲିଆ ଏପରି କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେଣୁ ସେ ଆଙ୍ଗୁଠିର ଟିପରେ ଅନେକ କିଛି କରିଥାନ୍ତି।


କାର୍ଡେଲିଆ ତାଙ୍କର ଅନନ୍ୟ ଲୁକ୍‌ ପାଇଁ ସୋସିଆଲ ମିଡିଆରେ ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ଲୋକମାନେ ତାଙ୍କର ଏହି ନଖଗୁଡ଼ିକ ସହିତ କାମ କରିବା ଦେଖି ମଜା ଉଠାଇଥାନ୍ତି। ବିଶେଷକରି ତାଙ୍କ ହାତ ଧୋଇବା ଭିଡିଓ ୧୭ ମିଲିୟନରୁ ଅଧିକ ଲାଇକ୍‌ ପାଇଛି। ୟୁଜରମାନେ କାର୍ଡେଲିଆଙ୍କୁ ସେ କିପରି ଖାଆନ୍ତି, କପରି ଶୁଅନ୍ତି ବୋଲି ପଚାରନ୍ତି। ସେ ନଖରେ ପେଣ୍ଟିଂ କରିବାକୁ ବହୁତ ଭଲ ପାଆନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri