Categories: ଫୁରସତ

ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ ଏହି ଯୁବତୀ, ୧୭ ଲକ୍ଷ ଫଲୋଅର୍ସ ଥିବା ଆକାଉଣ୍ଟ ଡିଲିଟ୍‌ କରିଦେଲେ ମା’

ବର୍ତ୍ତମାନ ସୋସିଆଲ ମିଡିଆ ସବୁଠୁ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ଇନ୍‌ଷ୍ଟାଗ୍ରାମ, ୟୁଟ୍ୟୁବ୍‌, ଟିକ୍‌ଟକ୍‌, ଫେସ୍‌ବୁକ ପରି ଆପ୍‌ ବିଶେଷକରି ଯୁବବର୍ଗଙ୍କ ପାଇଁ ବଡ଼ ପ୍ଲାଟଫର୍ମ ପାଲଟିଛି। ସୋସିଆଲ ମିଡିଆରେ ଜଣେ ଜଣେ ରାତାରାତି ଷ୍ଟାର ପାଲଟିଯାଉଛନ୍ତି। ଆଉ କେହି ଏହି ସୋସିଆଲ ମିଡିଆ ଯୋଗୁ ବରବାଦ ମଧ୍ୟ ହେଉଛନ୍ତି। ନିଜ ଝିଅ ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିବା ଦେଖି ମା’ଙ୍କୁ ପସନ୍ଦ ଆସି ନ ଥିଲା। ସେ ତାଙ୍କ ଝିଅର ୧୭ ଲକ୍ଷ ଫଲୋଅର୍ସ ଥିବା ଆକାଉଣ୍ଟକୁ ଡିଲିଟ୍‌ କରିଦେଇଥିଲେ।

ବ୍ରାଜିଲରେ ରହୁଥିବା ଜଣେ ୨୧ ବର୍ଷୀୟା ଯୁବତୀ ଭାଲେଣ୍ଟିନା ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଇନ୍‌ଷ୍ଟାଗ୍ରାମ ଏବଂ ଟିକ୍‌ଟକ୍‌ ପରି ପ୍ଲାଟ୍‌ଫର୍ମର୍ସ ମିଶାଇ ୧୭ ଲକ୍ଷରୁ ଅଧିକ ଫଲୋଅର୍ସ ଥିଲେ। ଝିଅ ଅଧିକ ସମୟ ମୋବାଇଲରେ ବିତାଉଥିବାରୁ ଭାଲେଣ୍ଟିନାଙ୍କ ମା’ରାଗି କି ତାଙ୍କ ଆକାଉଣ୍ଟ ଡିଲିଟ୍‌ କରିଦେଇଛନ୍ତି।

ଏକ ସାକ୍ଷାତକାରରେ ଭାଲେଣ୍ଟିନାଙ୍କ ମା’ କହିଛନ୍ତି, ମୁଁ ଚାହୁଁନି ମୋ’ ଝିଅ କୌଣସି ଷ୍ଟାର୍‌ ପରି ଅଭିନୟ କରୁ। କିମ୍ବା ମାଙ୍କଡ଼ ପରି କିଛି ସେକେଣ୍ଡ୍‌ର ଭିଡିଓ କରୁ। ମୁଁ ଚାହୁଁନି ଚାଇନା ପରି ଏକ ଦେଶର ଶସ୍ତା ବିଜ୍ଞାପନ କରୁ। ମୋ’ ଝିଅ ଏମାନଙ୍କ ସମସ୍ତଙ୍କଠାରୁ ଆହୁରି ଭଲ। ଯେଉଁଥିପାଇଁ ମୁଁ ତା’ ଆକାଉଣ୍ଟ ଡିଲିଟ୍‌ କରିଦେଇଛି। ଅନ୍ୟପକ୍ଷରେ ଭାଲେଣ୍ଟିନା କହିଛନ୍ତି, ମୋ’ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ ହେବା ପରେ ମୁଁ ସୋସିଆଲ ମିଡିଆରୁ ବ୍ରେକ୍‌ ନେବା ପାଇଁ ନିଷ୍ପତ୍ତି ନେଇଛି।

Share