Categories: ଜାତୀୟ

ପସନ୍ଦ ଦଳ ଜିତିଥିବାରୁ ଜିଭ କାଟିଲେ ମହିଳା

ଚେନ୍ନାଇ, ୩ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମ୍‌କେ ଦଳ ବିଜୟ ଲାଭ କରିବା ପରେ ମାନସିକ ପୂରଣ ପାଇଁ ଜଣେ ମହିଳା ଜିଭ କାଟିଦେଇଛନ୍ତି। ଡିଏମ୍‌କେ ନିର୍ବାଚନ ଜିତିଲେ ଜିଭ କାଟି ଠାକୁରଙ୍କୁ ଅର୍ପଣ କରିବେ ବୋଲି ୩୨ ବର୍ଷୀୟା ବନିତା ମାନସିକ କରିଥିଲେ। ରବିବାର ଡିଏମ୍‌କେ ବିଜୟ ହୋଇଥିବା ଜଣାପଡ଼ିବା ପରେ ବନିତା ମୁଥାଲାମ୍ମନ ମନ୍ଦିରକୁ ଯାଇଥିଲେ। ଶ୍ରଦ୍ଧାଳୁଙ୍କ ମନ୍ଦିରରେ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ସେ ଗେଟ୍‌ ପାଖରେ ଜିଭ କାଟି ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share