Categories: ଜାତୀୟ

ଜବତ ହୋଇଥିବା ଚୋରି ସାମଗ୍ରୀ ବିକି ଦେଉଥିଲେ ମହିଳା ପୋଲିସ

ପାଲଘର,୫।୯: ଚୋରି ମାମଲାରେ ଜବତ ହୋଇଥିବା ସାମଗ୍ରୀକୁ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲାର ଭସାଇ ଥାନାରେ।

ଭସାଇ ପୋଲିସ ଦ୍ୱାରା ଜବତ ହୋଇଥିବା ଚୋରି ସାମଗ୍ରୀକୁ ହେଫାଜତରେ ରଖିବା ଦାୟିତ୍ୱରେ ଥିଲେ କନଷ୍ଟେବଳ ମଙ୍ଗଳ ଗାଏକ୍ୱାଡ। ଜବତ ହୋଇଥିବା ସମସ୍ତ ସାମଗ୍ରୀକୁ ସ୍କ୍ରାପ ଡିଲରଙ୍କ ସହାୟତାରେ ସେ ବିକି ଦେଉଥିଲେ। ଦୀର୍ଘ ୬ ବର୍ଷ ହେଲା ଏଭଳି କରି ୨୬ ଲକ୍ଷ ଆୟ କରିଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀ କଲ୍ୟାନ କାର୍ପେ କହିଛନ୍ତି। କିନ୍ତୁ ଜବତ ହୋଇଥିବା ଚୋରି ସାମଗ୍ରୀର ଅଡିଟ୍‌ ବେଳେ ଗାଏକ୍ୱାଡଙ୍କ କାରନାମା ସାମ୍ନାକୁ ଆସିଥିଲା। ଘଟଣାର ତଦନ୍ତ ପରେ ଗାଏକ୍ୱାଡଙ୍କୁ ଗିରଫ କରାଯାଇଛି।

Share