କରୋନା ଭାଇରସ ଯୋଗୁ ସ୍ବାମୀଙ୍କ ମୃତ୍ୟୁ ହେବାରୁ ପୁଅ, ଝିଅଙ୍କ ସହ ଆତ୍ମହତ୍ୟା କଲେ ପତ୍ନୀ

ନୂଆଦିଲ୍ଲୀ,୨୦।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ପାର କରି ସାରିଲାଣି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ୫୩ ହଜାର ଅତିକ୍ରମ କଲାଣି। ଏହି କରୋନା ସଂକ୍ରମଣକୁ ନେଇ ଆନ୍ଧ୍ର ପ୍ରଦେଶର ରାଜମୁନ୍ଦରୀରୁ ଆସିଛି ଚମକି ପଡିଲାଭଳି ଏକ ଖବର। ଚାରିଦିନ ପୂର୍ବରୁ ରାଜମୁନ୍ଦରୀରେ ରହୁଥିବା ୫୨ ବର୍ଷୀୟ ବ୍ୟକ୍ତି ନରସୟାଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ପତ୍ନୀ ଓ ଦୁଇପିଲା ଦୁଃଖରେ ଭାଙ୍ଗି ପଡିଥିଲେ। ଏହି ସମୟରେ ବନ୍ଧୁ ପରିଜନ ମଧ୍ୟ ତାଙ୍କ ପରିବାର ନିକଟରେ ଠିଆ ହୋଇ ନ ଥିଲେ। ଶେଷରେ ନରସୟାଙ୍କ ପତ୍ନୀ ସ୍ରୁନିତା(୫୦) ତାଙ୍କ ପୁଅ ଝିଅଙ୍କୁ ଧରୀ ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

Share