Posted inଜାତୀୟ

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ ମେଟ୍ରୋ ଷ୍ଟେସନରେ ଦେଖିବା ପରେ, ରାଗିବା ପରିବର୍ତ୍ତେ ସେଠାରେ ହିଁ ଉଭୟଙ୍କର ‘ରୋକା’ ବା ନିର୍ବନ୍ଧ ସମ୍ପନ୍ନ କରିଛନ୍ତି।

ଭାଇରାଲ ଭିଡିଓ ଅନୁଯାୟୀ, ମେଟ୍ରୋ ଷ୍ଟେସନର ଏକ ବେଞ୍ଚରେ ପୁଅ ଓ ତାଙ୍କ ପ୍ରେମିକା ବସିଥିବା ବେଳେ ହଠାତ୍ ମା’ ସେଠାରେ ପହଞ୍ଚି ଯାଇଥିଲେ। ପୁଅକୁ ଏପରି ଅବସ୍ଥାରେ ଦେଖି ମା’ ସେଠାରେ ହିଁ ନିର୍ବନ୍ଧର ରୀତିନୀତି ଆରମ୍ଭ କରିଦେଇଥିଲେ।

ମା’ ଜଣକ ସାଙ୍ଗରେ ଆଣିଥିବା ମିଠା ଓ ଫଳ ଯୁବତୀଙ୍କ ହାତକୁ ବଢ଼ାଇ ଦେବା ସହ ଉଭୟଙ୍କୁ ମିଠା ଖୁଆଇଥିଲେ। ମା’ ଜଣକ ପାଖରେ ଥିବା ବ୍ୟକ୍ତିଙ୍କୁ ଭିଡିଓଟିକୁ ସଠିକ୍ ଭାବେ ସୁଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଥିବା ଦେଖାଯାଇଛି। ସେ କହୁଛନ୍ତି, “ଭଲ ଭାବରେ ଭିଡିଓ ବନା।”

ତେବେ ଏଭଳି ସ୍ଥିତିରେ ପୁଅ ଜଣକ ଲଜ୍ଜାରେ ବାରମ୍ବାର ମା’ଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ମା’ ଶୁଣିନଥିଲେ। ସେ କହିଥିଲେ, “ମୋର ଯେଉଁ ଅପମାନ ହେଲା ତାର କ’ଣ?” ଶେଷରେ ସେ ଉଭୟଙ୍କୁ “ଖୁସିରେ ରୁହ” ବୋଲି କହି ଆଶୀର୍ବାଦ ମଧ୍ୟ ଦେଇଥିଲେ।

ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ଲୋକ ଏହାକୁ ‘ସ୍କ୍ରିପ୍ଟେଡ୍’ ବା ପୂର୍ବ ପ୍ରସ୍ତୁତ ବୋଲି କହୁଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, “ଏହା ନିଶ୍ଚୟ ସ୍କ୍ରିପ୍ଟେଡ୍, ସତ ହୋଇନପାରେ।” ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି, “ଝିଅର ପରିବାର ଲୋକଙ୍କ ସମ୍ମତି ନିଆଯାଇଛି କି ନାହିଁ?”

ଭିଡିଓଟି କେଉଁ ସହରର ଏବଂ କେବେକାର, ସେ ନେଇ କୌଣସି ସଠିକ୍ ସୂଚନା ମିଳିନାହିଁ। ତେବେ ମା’ଙ୍କର ଏହି ନିଆରା ଅନ୍ଦାଜ ଏବେ ଇଣ୍ଟରନେଟ୍‌ରେ ଧୂମ ମଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri