Posted inଅପରାଧ

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ଶବକୁ ପାଇଖାନା ଟାଙ୍କିରେ ପୋତିଲା ସ୍ତ୍ରୀ

ହରିଦ୍ୱାର, ୨୬।୭: ଉତ୍ତରାଖଣ୍ଡର ତୀର୍ଥ ନଗରୀ ଭାବେ ପରିଚିତ ଋଷିକେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ଶବକୁ ପାଇଖାନା ଟାଙ୍କିରେ ପୋତି ଦେଇଛନ୍ତି। ପୋଲିସ ଏହି ଘଟଣାର ଖୁଲାସା କରି ଉଭୟ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଜଣାପଡ଼ିଛି ଯେ, ଋଷିକେଶରେ ରହୁଥିବା ଗୋପାଳ ରଥୀ ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର ଥିଲେ। ନରେନ୍ଦ୍ର ପ୍ରତିଦିନ ମଦ ପିଇ ସ୍ତ୍ରୀ ପୂଜାକୁ ପିଟୁଥିଲେ। ଯାହାକୁ ନେଇ ପୂଜା ବେଶ୍‌ ବିବ୍ରତ ଥିଲେ। ସୁଯୋଗକୁ ଘରେ ପ୍ଲମ୍ବର କାମ କରିବାକୁ ଆସୁଥିବା ଅମନ କୁମାରଙ୍କ ସହିତ ପୂଜାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଅମନଙ୍କୁ ନରେନ୍ଦ୍ରଙ୍କ ବିଷୟରେ ସମସ୍ତ କଥା ପୂଜା କହିଥିଲେ। ଶେଷରେ ଉଭୟ ନରେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ଜୁଲାଇ ୧ରେ ଅମନ ସନ୍ଧ୍ୟାରେ ଆସି ପୂଜାଙ୍କ ଘରେ ଛପି ରହିଥିଲେ। ଏହାପରେ ଯେତେବେଳେ ରାତିରେ ନରେନ୍ଦ୍ର ମଦ ପିଇ ଘରକୁ ଆସିଥିଲେ ପୂର୍ବ ଯୋଜନା ଅନୁଯାୟୀ ପୂଜା ତାଙ୍କୁ ଅଣ୍ଡା ଅମଲେଟ୍‌ରେ ନିଶା ବଟିକା ମିଶାଇ ଖାଇବାକୁ ଦେଇଥିଲେ। ଏହାପରେ ନରେନ୍ଦ୍ର ଶୋଇଯିବା ପରେ ଉଭୟ ପୂଜା ଓ ଅମନ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲେ। ବୃତ୍ତିରେ ପ୍ଲମ୍ବର ଥିବା ଅମନ ଏହାପରେ ଘରେ ଥିବା ପାଇଖାନା ଟାଙ୍କି ମଧ୍ୟରେ ନରେନ୍ଦ୍ରଙ୍କୁ ପୋତି ଦେଇ ପରେ ଟାଇଲ୍‌ ଗୁଡ଼ିକ ଲଗାଇ ଦେଇଥିଲା। ନରେନ୍ଦ୍ରଙ୍କ ପରିବାର ଲୋକ ଏନେଇ କୌଣସି ସୁରାକ ମଧ୍ୟ ପାଇ ନ ଥିଲେ। ଶେଷରେ ପରିବାର ଲୋକ ନରେନ୍ଦ୍ର ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ। କେହି ଯେପରି ସନ୍ଦେହ ନ କରିବେ ସେଥିଲାଗି ପୂଜା ଏକ ଉପାୟ ବାହାର କରିଥିଲେ। ସେ ଥାନାରେ ଯାଇ ମଧ୍ୟ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀ ଏକ ନମ୍ବରରୁ ଫୋନ କରି ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଉଛନ୍ତି। କିନ୍ତୁ ପୂଜାଙ୍କ ଏହି ପ୍ଲାନ ତାଙ୍କ ପାଇଁ କାଳ ହୋଇଥିଲା। ପୋଲିସ ପୂଜାଙ୍କ ମୋବାଇଲ କଲ୍‌ ରେକର୍ଡ ଯାଞ୍ଚ କରିବା ସହ ଯେଉଁ ନମ୍ବରରୁ ଧମକ ଆସୁଥିଲା ସେହି ନମ୍ବର ଓ ଇଏମ୍‌ଆଇ ଟ୍ରେସ୍‌ କରିଥିଲା। ଏହାପରେ ପୋଲିସ ଜାଣିବାକୁ ପାଇଥିଲା ପୂଜା ଓ ଅମନ ଏହିଭଳି ଯୋଜନା କରି ଘଟଣା ଘଟାଇଛନ୍ତି। ଶେଷରେ ଉଭୟଙ୍କୁ ଥାନାକୁ ଆଣି ପଚରା ଉଚରା କରିବା କରେ ଉଭୟ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri