Categories: ଜାତୀୟ

ମନ୍ଦିରରୁ ମହିଳାଙ୍କୁ ଟେକିନେଇ ବଳାତ୍କାର

ଥିରୁଭାନନ୍ତପୁରମ୍‌, ୧୧।୭: ତାମିଲନାଡୁର ପାଲାନିସ୍ଥିତ ଏକ ମନ୍ଦିର ପରିସରରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ନିର୍ଯାତନା ଦେବା ସହ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳା ଓ ତାଙ୍କ ସ୍ବାମୀ କେରଳର କନ୍ନୁର ଜିଲା ପୋଲିସରେ ଏତଲା ଦେଇଛନ୍ତି। ତାମିଲନାଡୁର ଏହି ଦମ୍ପତି ଚାକିରି ଉଦ୍ଦେଶ୍ୟରେ କନ୍ନୁର ଜିଲାରେ ରହୁଥିଲେ। ସେମାନେ ଗତ ମାସରେ ପାଲାନିସ୍ଥିତ ଉକ୍ତ ମନ୍ଦିରକୁ ବୁଲି ଯାଇଥିଲେ। ସ୍ବାମୀ ଖାଦ୍ୟ କିଣିବାକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ ମହିଳାଙ୍କୁ ନିକଟସ୍ଥ ଲଜ୍‌କୁ ଉଠାଇନେଇ ବଳାତ୍କାର କରିଥିଲେ। ମହିଳାଙ୍କ ସ୍ବାମୀ ଲଜ୍‌ରେ ପହଞ୍ଚିବା ପରେ ଲଜ୍‌ ପରିଚାଳକଙ୍କ ସହ ଅନ୍ୟମାନେ ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ଯୌନାଙ୍ଗକୁ ବିଅର ବୋତଲରେ ଆକ୍ରମଣ କରିଥିଲେ।

ତେବେ ଏହି ଘଟଣା ଜୁନ ୨୦ରେ ଘଟିଥିବାରୁ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟରୁ ବଳାତ୍କାର ସ୍ପଷ୍ଟ ହୋଇନାହିଁ ବୋଲି ଥାଲସେରି ଏସ୍‌ପି ମୂଷା ବାଲିକାଦନ କହିଛନ୍ତି।

Share