Categories: ଖେଳ

୧୦ ବର୍ଷ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ ପାକିସ୍ତାନ ଅଧିନାୟକ ! ଖବରଦାତା ସମ୍ମିଳନୀରେ ମହିଳା କହିଲେ ଏଭଳି..

ନୂଆଦିଲ୍ଲୀ,୨୯।୧୧: ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମ୍‌ଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ବାବର ୧୦ ବର୍ଷ ଧରି ତାଙ୍କୁ ନିର୍ଯାତନା ଦେଇ ଆସୁଥିବା ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ମହିଳା ଏବଂ ବାବର ସ୍କୁଲ ବେଳର ବନ୍ଧୁ। ୨୦୧୦ରେ କ୍ରିକେଟରଜଣଙ୍କ ତାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କରିଥିଲେ। ପରେ ସେ କୋର୍ଟରେ ବିବାହ ନାମରେ ଘରୁ ନେଇ ଯୌନ ଶୋଷଣ କରିବା ସହ ମାରପିଟ୍‌ କରୁଥିଲେ। ଏନେଇ ସେ ପୋଲିସ ନିକଟକୁ ଯିବାକୁ କହିବା ଯୋଗୁ ସେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମ ଦେଇଥିବା ମହିଳାଜଣଙ୍କ କହିଛନ୍ତି। ପାକିସ୍ତାନର ଖବରଦାତା ସାଜ ସାଦିକ ନିଜ ଟୁଇଟର ହ୍ୟାଣ୍ଡେଲରେ ମହିଳାଙ୍କ ଭିଡିଓ ପୋଷ୍ଟ କରିଛନ୍ତି।

Share