ଆବୁ-ଧାବି-ମୁମ୍ବାଇ ଫ୍ଲାଇଟରେ ହାଇଡ୍ରାମା

ମୁମ୍ବାଇ/ଆବୁଧାବି,୩୧ ।୧: ବିମାନରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଛି । ଏଥର ଏୟାର ଭିସ୍ତାରାର ଆବୁ-ଧାବିରୁ ମୁମ୍ବାଇ ଆସୁଥିବା ଏକ ଫ୍ଲାଇଟରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ଇଟାଲୀର ଜଣେ ମହିଳା ପ୍ରଥମେ ଫ୍ଲାଇଟର କ୍ର‌୍ୟୁ ମେମ୍ବରଙ୍କୁ ଗାଳି ଦେବା ଆରମ୍ଭ କରି ଦେଇଥିଲେ ପୁଣି ମାରପିଟ ହୋଇଥିଲା । କେବଳ ସେତିକି ନୁହେଁ କିଛି ଦୂରରେ ସେ ପୋଷାକ ଖୋଲିବା ଆରମ୍ଭ କରିଦେଇଥିଲେ ଓ ଉଲଗ୍ନ ଅବସ୍ଥାରେ କରିଡରରେ ଚାଲିବାକୁ ଲାଗିଥିଲେ ।
ସୂଚନାଯୋଗ୍ୟ, ମହିଳା ଜଣକ ଇକନୋମି କ୍ଲାସର ଟିକେଟ ନେଇ ଫ୍ଲାଇଟରେ ଚଢିଥିଲେ ହେଲେ ବିଜନେସ କ୍ଲାସରେ ବସିବାକୁ ଜିଦ୍ ଧରିଥିଲେ । କ୍ୟାବିନ କ୍ର‌୍ୟୁ ଯେତେବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଏମିତିକି ସେ କ୍ର‌୍ୟୁ ମେମ୍ବରଙ୍କୁ ମାଡ ମାରିଥିବା କୁହାଯାଉଛି । ପୋଲିସ ୪୫ ବର୍ଷିୟା ପାଓଲା ପେରୁଶିୟୋ ନାମକ ଏହି ମହିଳାଙ୍କୁ ଗିରଫ କରି ନେଇଛି, ସେ ଇଟାଲୀ ବାସିନ୍ଦା ।

Share