ଗଞ୍ଜାମରେ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି: ମାସ୍କ ନ ପିନ୍ଧି ଗଣିଲେ ୧ ଲକ୍ଷରୁ ଅଧିକ ତଣ୍ଡ

ଛତ୍ରପୁର,୩୦।୭(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟକୁ କଡାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ୧ ଲକ୍ଷ ୫୧ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହ ନାଇଟ କରଫ୍ୟୁ ଉଲ୍ଲଂଘନ ନେଇ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଜୁଆଆଡ୍ଡା ଉପରେ ଚଢ଼ାଉ ହୋଇ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୭ ହଜାର ୭୫୦ ଟଙ୍କା ଜବତ ହୋଇଛି। ସେହିପରି ୩୨.୨ ଲିଟର ମଦ ଜବତ ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଗୁରୁବାର ଏସମ୍ପର୍କରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଟୁଇଟ କରି ସୂଚନା ଦେଇଛନ୍ତି।