Categories: ଜାତୀୟ

ବିନା ପ୍ରମାଣରେ ଜୀବନ ପ୍ରତି ବିପଦ ଦର୍ଶାଇ ବିଚାରାଧୀନ ମାମଲାର ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ…

ନୂଆଦିଲ୍ଲୀ,୨।୧୧: କୌଣସି ପ୍ରର୍ଯ୍ୟାପ୍ତ ପ୍ରମାଣ ବିନା ବିଚାରାଧୀନ ମାମଲାକୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନ୍ୟ କୋର୍ଟକୁ ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। କେବଳ ସିଆରପିସି ଧାରା ୪୦୬ ଅନ୍ତର୍ଗତ ଏଭଳି କରାଯାଇ ପାରିବ ନାହିଁ ବୋଲି ବିଚାରପତି ଜେ.କେ. ମାହେଶ୍ୱରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି।

ଜମ୍ମୁର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଆଇପିସି ଧାରା ୪୨୦ ଏବଂ ୫୦୬ ଅନ୍ତର୍ଗତ ବିଚାରାଧୀନ ଏକ ମାମଲାକୁ ଦିଲ୍ଲୀର ତିସ୍‌ ହଜାରି କୋର୍ଟକୁ ସ୍ଥାନାନ୍ତରଣ ପାଇଁ କରାଯାଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ୨୦୨୦ରେ ପୁନିତ୍‌ ଡାଲମିଆ ବନାମ ହାଇଦ୍ରାବାଦ୍‌ ସିବିଆଇ ମାମଲାରେ ଆବେଦନକାରୀ ବ୍ୟକ୍ତିଗତ ଉପସ୍ଥିତିରୁ ମୁକ୍ତି ପାଇବା ଲାଗି ଏଭଳି କରିଥିଲେ।

ତେବେ କୋର୍ଟ କହିଛନ୍ତି, ଆବେଦନକାରୀଙ୍କ ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ କୌଣସି ସ୍ବୀକୃତିପ୍ରାପ୍ତ ଅଧିକାରୀ ଅବା ନ୍ୟାୟାଳୟରେ ଅଭିଯୋଗ ଦାଖଲ କରାଯାଇ ନାହିଁ। ତେଣୁ କେବଳ ଜୀବନ ପ୍ରତି ବିପଦ ଦର୍ଶାଇ ବିନା ପ୍ରମାଣରେ ସ୍ଥାନାନ୍ତରଣ ଅନୁମତି ଦିଆଯିବ ନାହିଁ।

Share