ଢାବାରେ ଖାଇ ପଇସା ନ ଦେଇ ଖସି ଯାଉଥିଲେ ୬ ଯୁବକ, ଆଉ ତା’ ପରେ…

ହରିୟାଣା,୨୮ା୧୧: ହରିୟାଣାର ସୋନିପତସ୍ଥିତ ପ୍ରସିଦ୍ଧ ‘ସୁଖଦେବ ଢାବା’ରେ ୬ ଜଣ ଯୁବକ ଖାଇବା ପଇସା ନ ଦେବା ମହଙ୍ଗା ପଡ଼ିଛି। ଓ୍ବେଟରମାନେ ଏମାନଙ୍କ ମଧ୍ୟରୁ ୨ ଯୁବକଙ୍କୁ ଖୁବ୍‌ ପିଟିଛନ୍ତି। ବର୍ତ୍ତମାନ ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଢାବାକୁ ୬ ଜଣ ଯୁବକ ଖାଇବାକୁ ଆସିଥିଲେ। ସେମାନେ ପ୍ରବଳ ମଦ ପିଇଥିଲେ। ଖାଦ୍ୟ ଖାଇବା ପରେ ସେମାନେ ଟଙ୍କା ନ ଦେଇ ଗୋଟିଏ ପରେ ଗୋଟିଏ ଖସି ଯାଉଥିଲେ। କିନ୍ତୁ ପରେ ଯେତେବେଳେ ଓ୍ବେଟର ଦୁଇଜଣ ମଦ୍ୟପାନ କରୁଥିବା ଯୁବକଙ୍କଠାରୁ ଖାଦ୍ୟ ଟଙ୍କା ମାଗିଥିଲେ, ସେତେବେଳେ ଏହି ଦୁଇ ଯୁବକ ଓ୍ବେଟରଙ୍କ ସହ ଝଗଡ଼ା ଆରମ୍ଭ କରିଥିଲେ। ଏହି ସମୟରେ ଢାବାର ସୁରକ୍ଷା କର୍ମୀ ଏବଂ ଓ୍ବେଟରମାନେ ଆସି ଦୁଇ ଯୁବକଙ୍କୁ ନିସ୍ତୁକ ପିଟିଥିଲେ।

ଏହି ପୂରା ଘଟଣା ବିଷୟରେ ଢାବା ମାଲିକ ପୋଲିସ ଷ୍ଟେଶନକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ଯୁବକଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share