ବିନା ଫାଇଲ, ଅଟକଳରେ ସୌନ୍ଦର୍ଯ୍ୟକରଣ

ହାଟଡ଼ିହୀ,୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର କାନ୍ଥରେ ବିଭିନ୍ନ ମନ୍ଦିର, ଜଳ ପ୍ରପାତର ଚିତ୍ର ଅଙ୍କନ କରି ସୌନ୍ଦର୍ଯ୍ୟକରଣ କରାଯାଇଛି। ବ୍ଲକ୍‌ ସମ୍ମୁଖରେ ଏକ ପାର୍କ ମଧ୍ୟ ନିର୍ମାଣ ହୋଇଛି। ପାର୍କରେ ମୂଲ୍ୟବାନ ଘାସ କିଣି ଅଣାଯାଇ ଗାଲିଚା ପ୍ରସ୍ତୁତ କରାଯାଇଛି। ମାତ୍ର ଏହି ସବୁ କାର୍ଯ୍ୟର ବ୍ୟୟ ଅଟକଳ ମୂଲ୍ୟ, ପାଣ୍ଠିର ନାମ ଓ ପ୍ରକଳ୍ପ ଅନୁମୋଦନ ସମ୍ପର୍କିତ କୌଣସି ସୂଚନା ଫଳକ କି ଫାଇଲ ଉପଲବ୍ଧ ନାହିଁ ଏବଂ ପ୍ରକଳ୍ପ ମଧ୍ୟ ଅନୁମୋଦନ ହୋଇନାହିଁ ବୋଲି ବ୍ଲକ୍‌ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରା କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସୌନ୍ଦର୍ଯ୍ୟକରଣ କାମ ବାବଦରେ କୌଣସି ଫାଇଲ ତାଙ୍କ ପାଖକୁ ଯାଇନାହିଁ। କାର୍ଯ୍ୟ ସଂକ୍ରାନ୍ତୀୟ କୌଣସି ଏଷ୍ଟିମେଟ କି ବିଲ ହୋଇନି। ଆର୍ଲଟମେଣ୍ଟ୍‌କୁ ଅପେକ୍ଷା କରାଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ କହିଛନ୍ତି, ପୂର୍ବରୁ ପଞ୍ଚାୟତ ସମିତି ଅଂଶରେ ବ୍ଲକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ବାବଦରେ ୨.୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ସେହି ପଇସାରେ କାର୍ଯ୍ୟ ହୋଇଛି। ପାର୍କ କାର୍ଯ୍ୟ ବିଡିଓଙ୍କ ଦାୟିତ୍ୱରେ ହେଉଛି। ସେଥିପାଇଁ ପଇସା କେଉଁଠୁ ଆସିଲା କହି ପାରିବେନି। ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି, ସେ ନିଜ ପକେଟରୁ ବ୍ୟକ୍ତିଗତ ପଇସା ଖର୍ଚ୍ଚ କରି ବାହାର ମିସ୍ତ୍ରୀଙ୍କ ଦ୍ୱାରା ସୌନ୍ଦର୍ଯ୍ୟ କରଣ ଏବଂ ପାର୍କ ନିର୍ମାଣ କାର୍ଯ୍ୟ କରିଛନ୍ତି। କୌଣସି ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇ କାର୍ଯ୍ୟ ହୋଇନି। ନିଜ ଇଚ୍ଛାରେ ସମ୍ପୃକ୍ତ କାର୍ଯ୍ୟ କରୁଥିବା କହିଥିଲେ। କୌଣସି ଉନ୍ନୟନ କାର୍ଯ୍ୟ କରିବା ପୂର୍ବରୁ ନୀତି ନିୟମ ଅନୁସାରେ ସରକାରୀ ଗାଇଡ଼ଲାଇନରେ କାର୍ଯ୍ୟ ହେବା ନିୟମ ରହିଛି। କିନ୍ତୁ ବିନା ପ୍ରକଳ୍ପ ଅନୁମୋଦନ, ବ୍ୟୟ ବରାଦ, ଏଷ୍ଟିମେଟ ବିନା ବ୍ଲକ ପରିସରରେ ସୌନ୍ଦର୍ଯ୍ୟ କରଣ ଏବଂ ପାର୍କ ନିର୍ମାଣ କରାଯାଇଛି। ଅପରପକ୍ଷେ କାର୍ଯ୍ୟ ପରେ ପ୍ରକଳ୍ପ ଅନୁମୋଦନ, କାର୍ଯ୍ୟାଦେଶ ବାହାର କରାଯାଇ ବିଲ କରି ଅର୍ଥ ହଡ଼ପ ଯୋଜନା ହୋଇଥିବା ବ୍ଲକ୍‌ର କେତେ ଜଣ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri