ଧରଣୀଧର ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥିବା ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାରଠାରୁ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ ଲାଇନ୍‌ରେ କେନ୍ଦୁଝରର ୫୦୦ ସିଟ୍‌ ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀସେବା ପାଇଁ ହସ୍ପିଟାଲର ଉଦ୍‌ଘାଟନ କରିଥିଲେ।
ପୂର୍ବରୁ ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜର ଉଦ୍‌ଘାଟନ କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ରୋଗୀ ଚିକିତ୍ସା ପାଇଁ ମେଡିକାଲ ଖୋଲାଯାଇପାରି ନ ଥିଲା। ଏଠାରେ ନିଯୁକ୍ତି ପାଇଥିବା ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସରମାନେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ସେଠାରେ ରୋଗୀ ସେବା କରିଆସୁଥିଲେ। ଫଳରେ ଉଭୟ ଡାକ୍ତର ରୋଗୀ ସେବାରେ ନା ନା ସମସ୍ୟା ଦେଖାଦେଉଥିଲା। ବର୍ତ୍ତମାନ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ପ୍ରାରମ୍ଭରେ ମେଡିସିନ, ଚର୍ମ, ମାନସିକ ରୋଗ, ଦନ୍ତ ଚିକିତ୍ସା ଓପିଡି ସେବା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଅନ୍ୟ ବିଭାଗର ଓପିଡି ଖୋଲିବ ଏବଂ ଇନ୍‌ଡୋର ସେବା ଆରମ୍ଭ ହେବ ବୋଲି ଡିନ୍‌ ଚିନ୍ନୟୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କ ପାଇଁ କିଛି ବେଡ୍‌ ବ୍ୟବସ୍ଥା କରାଯାଇଛି। ଅନ୍‌ଲାଇନରେ ଉଦ୍‌ଘାଟନ ସମୟରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ। ଏହି ଅବସରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅନୁଷ୍ଠିତ ସଭାରେ ବିଧାୟକ ଜଗନ୍ନାଥ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲାପାଳ ବିଶାଳ ସିଂହ ଓ କଲେଜର ଡିନ୍‌ ଚିନ୍ମୟୀ ମହାପାତ୍ର ମଞ୍ଚାସୀନ ଥିଲେ। ଏହି ଅବସରରେ ବିଧାୟକ ମୋହନ ମାଝୀ, ସୁପରିଣ୍ଟେଣ୍ଡେଣ୍ଟ ମହେନ୍ଦ୍ର ନାୟକ, ସିଡିଏମଓ ଡା. କିଶୋର ଚନ୍ଦ୍ର ପୃଷ୍ଟି, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବହୁ ବିଶିଷ୍ଟ ଲୋକ, ମେଡିକାଲ କଲେଜ ଓ ନସିଂ ଛାତ୍ରୀଛାତ୍ର, କର୍ମଚାରୀ, ସ୍ବଂୟ ସହାୟିକା ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଡିଏମ୍‌ଏଫ୍‌ ଅନୁଦାନରେ ୪୬୯.୭୦ କୋଟି ବ୍ୟୟ ଅଟକଳରେ ୨୦୨୩ରେ ନିର୍ମାଣ ଶେଷ ହୋଇ ପ୍ରଥମେ ମେଡିକାଲ ପାଠପଢ଼ା ଓ ଏବେ ଚିକିତ୍ସା ସୁବିଧା ମିଳିଛି। ତେବେ ମେଡିକାଲ କଲେଜ ଓ ହସ୍ପିଟାଲରେ କେବେ ଇନ୍‌ଡୋର ରୋଗୀ ସେବା, ଅତ୍ୟାଧୁନିକ ଯନ୍ତ୍ରପାତି ଲାଗି ଉଚ୍ଚ ଚିକିତ୍ସା ବ୍ୟବସ୍ଥା ହେବ ଏବଂ କଟକ ଏସସିବି ମେଡିକାଲ କଲେଜକୁ ନ ଯାଇ କେନ୍ଦୁଝର ଜିଲା ତଥା ବାହାର ଜିଲା ଓ ରାଜ୍ୟର ରୋଗୀ ଏଠାରେ ଚିକିତ୍ସା ସୁବିଧା ପାଇପାରିବେ ତାହା ଦେଖିବାକୁ ବାକି ରହିଛି। ସେହିପରି ଟ୍ରୋମା କେୟାର ସେଣ୍ଟର, କ୍ୟାନସର ହସ୍ପିଟାଲ, ଆଇସିୟୁ, ଡାଇଗ୍ନୋଷ୍ଟିକ ସେଣ୍ଟର ଆଦି ତୁରନ୍ତ ଖୋଲିବା ଏବଂ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ଏହି ସବୁ ତୁରନ୍ତ କାର୍ଯ୍ୟକ୍ଷମ ହେଲେ ଘରୋଇ ନର୍ସିଂହୋମ ଓ ଡାକ୍ତରଖାନା ଆଦିଙ୍କ ପ୍ରାଦୂର୍ଭାବ କମିବ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ବିମ୍ବାଧର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri