ଜୟଶଙ୍କର ପହଞ୍ଚିବାର କିଛି ଘଣ୍ଟା ବଦଳିଗଲା ପାକିସ୍ତାନର ସ୍ବର

ଇସଲାମାବାଦ୍‌,୧୬।୧୦: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗଦେବା ପାଇଁ ଇସ୍‌ଲାମାବାଦ ଯାଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ସହ କରମର୍ଦ୍ଦନ କରିବା ସହ ସ୍ବଳ୍ପ ସମୟ ପାଇଁ କଥା ହୋଇଛନ୍ତି। ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଆସିଥିବା ବିଭିନ୍ନ ଦେଶର ପ୍ରତିନିଧିମାନଙ୍କ ସମ୍ମାନାର୍ଥେ ଶରିଫ ତାଙ୍କ ବାସଭବନରେ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ଏହି ଅବସରରେ ଜୟଶଙ୍କର ତାଙ୍କ ସହ କଥା ହୋଇଥିଲେ। ଶରିଫ୍‌ ସମସ୍ତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରାୟ ୧୦ ବର୍ଷ ପରେ ଭାରତର ଜଣେ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ପାକିସ୍ତାନ ଏସ୍‌ସିଓ ସମିଟ୍‌ ଆୟୋଜନ କରୁଥିବାବେଳେ ଏଥିପାଇଁ ଇସ୍‌ଲାମାବାଦରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସମିଟ୍‌ର ମୁଖ୍ୟ ବୈଠକ ଅନୁଷ୍ଠିତ ହେବ।

ଜୟଶଙ୍କର ପାକିସ୍ତାନରେ ପହଞ୍ଚିବାର କିଛି ଘଣ୍ଟା ପରେ ପାକିସ୍ତାନ ଚୁପଚାପ ଭାରତ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଇଚ୍ଛା ପ୍ରକାଶ କରିଛି। ପାକିସ୍ତାନ ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲ କହିଛନ୍ତି, ଏହି ସମ୍ମିଳନୀରେ ପାକିସ୍ତାନ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଚାହୁଁଛି କି ନାହିଁ ତାହା ଭାରତ ସ୍ଥିର କରିବ।

ଭାରତ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପ୍ରସ୍ତାବ ଦେବାକୁ ଚାହୁଁଛନ୍ତି କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ପାକିସ୍ତାନ ମନ୍ତ୍ରୀ ଅହସାନ ଇକବାଲ କହିଛନ୍ତି, ଏସସିଓ ବୈଠକର ଆୟୋଜକ ଭାବରେ ଇସଲାମାବାଦ ଅତିଥିମାନେ ଯାହା କରିବେ ତାହା କରିବେ। ଆମେ ଅଫର୍‌ କରିପାରିବୁ ନାହିଁ। ଆମକୁ ଅତିଥି ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ। ଯଦି ଅତିଥିମାନେ ଦ୍ୱିପାକ୍ଷିକ ବୈଠକ ଚାହାଁନ୍ତି, ଆମେ ନିଶ୍ଚିତ ଭାବରେ ବହୁତ ଖୁସି ହେବୁ।

ପାକିସ୍ତାନ ଭାରତ ସହ ବାଣିଜି୍ୟକ ସମ୍ପର୍କକୁ ପୁନଃସ୍ଥାପନ କରିବାକୁ ଚାହୁଁଛି କି ନାହିଁ, ଇକବାଲ କହିଛନ୍ତି, ଲାହୋର ଚୁକ୍ତିନାମା ଅନୁଯାୟୀ ଉଭୟ ପକ୍ଷ କାର୍ଯ୍ୟ କରିବା ଉଚିତ। ଯଦି ଆମେ ଲାହୋର ଚୁକ୍ତିନାମା ଅନୁସରଣ କରୁ, ତେବେ କୌଣସି ଅସୁବିଧା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri