ମୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଣ

ଯାଜପୁର ଅଫିସ,୨୪ା୧୨: ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତି କ୍ଷେତ୍ରରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକରେ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଚେକ୍‌ ଡ୍ୟାମ୍‌, ଆବାସ ଯୋଜନାରେ ଅନେକ ଦୁର୍ନୀତି ପ୍ରମାଣିତ ହୋଇସାରଛି। ଏବେ ସୟଦପୁର ପଞ୍ଚାୟତର ପ୍ରାୟ ୨୦ ମୃତ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଯୋଜନାରେ ଭତ୍ତା ଟଙ୍କା ଉଠାଯାଉଥିବା ଜଣାପଡ଼ିଛି। ସୟଦପୁର ପଞ୍ଚାୟତର ମଧୁବାବୁ ପେନ୍‌ସନ ଯୋଜନା, ବିଧବାଭତ୍ତା ଓ ଭିନ୍ନକ୍ଷମ ଭତ୍ତାର ଆକ୍ୟୁଟାନ୍ସ (ପ୍ରାପ୍ତି ପତ୍ର) ରେଜିଷ୍ଟରରୁ ଏଭଳି ହରିଲୁଟ୍‌୍‌ର ପର୍ଦ୍ଦାଫାଶ ହୋଇଛି।

ଜିଲାସ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଡିଜିଟାଲ ମାଧ୍ୟମରେ ଭତ୍ତା ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ ଏବେବି ଜିଲାରେ ଭତ୍ତା ଟଙ୍କା ହରିଲୁଟ୍‌ କରିବାକୁ କେତେଜଣ ଅସାଧୁ କର୍ମଚାରୀ ଡିଜିଟାଲ ମାଧ୍ୟମକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି। ଏହିକ୍ରମରେ ୪ ରୁ ୫ ବର୍ଷ ହେବ ବହୁ ହିତାଧିକାରୀଙ୍କ ମୃତ୍ୟୁ ହୋଇ ସାରିଥିଲେ ହେଁ କେତେଜଣ ପ୍ରଭାବଶାଳୀଙ୍କ ଇଙ୍ଗିତରେ ନକଲି ଟିପ ଚିହ୍ନ ଦେଇ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଣ ହେଉଛି। ଏପରିକି ଭିନ୍ନକ୍ଷମ ଭତ୍ତା ଯୋଜନାରେ ପ୍ରକୃତ ହିତାଧିକାରୀ ଅତିରିକ୍ତ ଭାବେ ୨୦୦ ଟଙ୍କା ପାଉ ନ ଥିବା ସଂକ୍ରାନ୍ତରେ ଯାଜପୁର ଜିଲାପାଳଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ (ଡିଏସ୍‌ଏସ୍‌ଓ) ସନ୍ୟାସାଇ କୁମାର ବେହେରା ପୂର୍ବରୁ ରିପୋର୍ଟ ମାଗିଛନ୍ତି। ଜିଲାର ବଡ଼ଚଣା ବ୍ଲକ ପରେ ବରୀ ବ୍ଲକରେ ଜଣେ ହିତାଧିକାରୀ ବିଦ୍ୟୁପ୍ରଭା ଦାସ ୪ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇ ନ ଥିବା ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅସନ୍ତୋଷର କାରଣ ହୋଇଛନ୍ତି। ତେବେ ଏହିସବୁ ଘଟଣା ପରେ ଏବେ ବିଞ୍ଝାରପୁର ବ୍ଲକରେ ମୃତ ବ୍ୟକ୍ତି ଆକ୍ୟୁଟାନ୍ସ ରିପୋର୍ଟରେ ଗତ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ଟିପଚିହ୍ନ ଦେଇ ବିଭିନ୍ନ ଭତ୍ତା ଯୋଜନାରେ ହିତାଧିକାରୀ ପିଛା ମାସକୁ ୫୦୦, ୭୦୦ ଓ ୧୦୦୦ ଟଙ୍କା ଲେଖାଏ ଉଠାଣ ହୋଇଛି। ଏଥିରେ ମୃତ ବ୍ୟକ୍ତିମାନେ ହେଲେ ଅହଲ୍ୟା ଦେଈ, ବସୁଦେବ ବେହେରା, ବ୍ରଜକିଶୋର ବିନ୍ଧାଣି, ଫଇମୁନ ବିବି, ହାଲାଦ୍ଦିନ, ହେମଲତା, ଏସ.କେ. କାଲୋ, କଙ୍ଗାଳି ବେହେରା, ସେକ କୋଟାବୁଦ୍ଦିନ, କୁଲସୁମ ବିବି, ଲକ୍ଷ୍ମୀରାଣୀ ବେହେରା, ଦେବତୀ ସାହୁ, ସନାଉଲ୍ଲା ଖାନ, ସତ୍ୟଭାମା ସାହୁ, ଅବଦୁଲ ଖଲିଲ, ଅବଦୁଲ କରିମ, ସେକ୍‌ ମୁଦାସର, ସେକ୍‌ ସେହେର ଅଲି, ଉପେନ୍ଦ୍ର ନାଥ ବେହେରା, ତଜୁନ ବିିବି ପ୍ରମୁଖ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି। ସରପଞ୍ଚଙ୍କ ଜଣେ ନିକଟତମ ବ୍ୟକ୍ତି ଉପରୋକ୍ତ ମୃତ ବ୍ୟକ୍ତିଙ୍କ ନାମରେ ଟିପ ଚିହ୍ନ ଦେଇ ୫ ବର୍ଷ ହେଲା ଏହି ହରିଲୁଟ୍‌ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ଜିଲାରେ ଏଭଳି ଭାବେ ଶତାଧିକ ମୃତ ହିତାଧିକାରୀଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ହଡ଼ପ ହେଉଥିବା ମତପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ମିନତି ଜଗଦେବଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି କିଛି ଅଭିଯୋଗ ଏଯାଏ ମିଳିନାହିଁ। ତଥାପି ତାଲିକା ପ୍ରଦାନ କଲେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଡିଜିଟାଲ ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଉଥିବାରୁ ଏଭଳି ଅଭିଯୋଗର ସତ୍ୟତା ଥାଇ ନ ପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri