ମୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଣ

ଯାଜପୁର ଅଫିସ,୨୪ା୧୨: ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତି କ୍ଷେତ୍ରରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକରେ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଚେକ୍‌ ଡ୍ୟାମ୍‌, ଆବାସ ଯୋଜନାରେ ଅନେକ ଦୁର୍ନୀତି ପ୍ରମାଣିତ ହୋଇସାରଛି। ଏବେ ସୟଦପୁର ପଞ୍ଚାୟତର ପ୍ରାୟ ୨୦ ମୃତ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଯୋଜନାରେ ଭତ୍ତା ଟଙ୍କା ଉଠାଯାଉଥିବା ଜଣାପଡ଼ିଛି। ସୟଦପୁର ପଞ୍ଚାୟତର ମଧୁବାବୁ ପେନ୍‌ସନ ଯୋଜନା, ବିଧବାଭତ୍ତା ଓ ଭିନ୍ନକ୍ଷମ ଭତ୍ତାର ଆକ୍ୟୁଟାନ୍ସ (ପ୍ରାପ୍ତି ପତ୍ର) ରେଜିଷ୍ଟରରୁ ଏଭଳି ହରିଲୁଟ୍‌୍‌ର ପର୍ଦ୍ଦାଫାଶ ହୋଇଛି।

ଜିଲାସ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଡିଜିଟାଲ ମାଧ୍ୟମରେ ଭତ୍ତା ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ ଏବେବି ଜିଲାରେ ଭତ୍ତା ଟଙ୍କା ହରିଲୁଟ୍‌ କରିବାକୁ କେତେଜଣ ଅସାଧୁ କର୍ମଚାରୀ ଡିଜିଟାଲ ମାଧ୍ୟମକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି। ଏହିକ୍ରମରେ ୪ ରୁ ୫ ବର୍ଷ ହେବ ବହୁ ହିତାଧିକାରୀଙ୍କ ମୃତ୍ୟୁ ହୋଇ ସାରିଥିଲେ ହେଁ କେତେଜଣ ପ୍ରଭାବଶାଳୀଙ୍କ ଇଙ୍ଗିତରେ ନକଲି ଟିପ ଚିହ୍ନ ଦେଇ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଣ ହେଉଛି। ଏପରିକି ଭିନ୍ନକ୍ଷମ ଭତ୍ତା ଯୋଜନାରେ ପ୍ରକୃତ ହିତାଧିକାରୀ ଅତିରିକ୍ତ ଭାବେ ୨୦୦ ଟଙ୍କା ପାଉ ନ ଥିବା ସଂକ୍ରାନ୍ତରେ ଯାଜପୁର ଜିଲାପାଳଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ (ଡିଏସ୍‌ଏସ୍‌ଓ) ସନ୍ୟାସାଇ କୁମାର ବେହେରା ପୂର୍ବରୁ ରିପୋର୍ଟ ମାଗିଛନ୍ତି। ଜିଲାର ବଡ଼ଚଣା ବ୍ଲକ ପରେ ବରୀ ବ୍ଲକରେ ଜଣେ ହିତାଧିକାରୀ ବିଦ୍ୟୁପ୍ରଭା ଦାସ ୪ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇ ନ ଥିବା ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅସନ୍ତୋଷର କାରଣ ହୋଇଛନ୍ତି। ତେବେ ଏହିସବୁ ଘଟଣା ପରେ ଏବେ ବିଞ୍ଝାରପୁର ବ୍ଲକରେ ମୃତ ବ୍ୟକ୍ତି ଆକ୍ୟୁଟାନ୍ସ ରିପୋର୍ଟରେ ଗତ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ଟିପଚିହ୍ନ ଦେଇ ବିଭିନ୍ନ ଭତ୍ତା ଯୋଜନାରେ ହିତାଧିକାରୀ ପିଛା ମାସକୁ ୫୦୦, ୭୦୦ ଓ ୧୦୦୦ ଟଙ୍କା ଲେଖାଏ ଉଠାଣ ହୋଇଛି। ଏଥିରେ ମୃତ ବ୍ୟକ୍ତିମାନେ ହେଲେ ଅହଲ୍ୟା ଦେଈ, ବସୁଦେବ ବେହେରା, ବ୍ରଜକିଶୋର ବିନ୍ଧାଣି, ଫଇମୁନ ବିବି, ହାଲାଦ୍ଦିନ, ହେମଲତା, ଏସ.କେ. କାଲୋ, କଙ୍ଗାଳି ବେହେରା, ସେକ କୋଟାବୁଦ୍ଦିନ, କୁଲସୁମ ବିବି, ଲକ୍ଷ୍ମୀରାଣୀ ବେହେରା, ଦେବତୀ ସାହୁ, ସନାଉଲ୍ଲା ଖାନ, ସତ୍ୟଭାମା ସାହୁ, ଅବଦୁଲ ଖଲିଲ, ଅବଦୁଲ କରିମ, ସେକ୍‌ ମୁଦାସର, ସେକ୍‌ ସେହେର ଅଲି, ଉପେନ୍ଦ୍ର ନାଥ ବେହେରା, ତଜୁନ ବିିବି ପ୍ରମୁଖ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି। ସରପଞ୍ଚଙ୍କ ଜଣେ ନିକଟତମ ବ୍ୟକ୍ତି ଉପରୋକ୍ତ ମୃତ ବ୍ୟକ୍ତିଙ୍କ ନାମରେ ଟିପ ଚିହ୍ନ ଦେଇ ୫ ବର୍ଷ ହେଲା ଏହି ହରିଲୁଟ୍‌ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ଜିଲାରେ ଏଭଳି ଭାବେ ଶତାଧିକ ମୃତ ହିତାଧିକାରୀଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ହଡ଼ପ ହେଉଥିବା ମତପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ମିନତି ଜଗଦେବଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି କିଛି ଅଭିଯୋଗ ଏଯାଏ ମିଳିନାହିଁ। ତଥାପି ତାଲିକା ପ୍ରଦାନ କଲେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଡିଜିଟାଲ ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଉଥିବାରୁ ଏଭଳି ଅଭିଯୋଗର ସତ୍ୟତା ଥାଇ ନ ପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri