Categories: ଜାତୀୟ

ଲକ୍‌ଡାଉନରେ କରିଥିଲେ ଭୁଲ…

ଲକ୍ଷ୍ନୌ,୧୩।୨: କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ, ସଟ୍‌ଡାଉନ ଘୋଷଣା କରାଯାଇଥିଲା। ସେତିକିବେଳେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ଫାଇନ ଆଦାୟ କରାଯାଉଥିଲା। କେତେକ କ୍ଷେତ୍ରରେ ଅମାନିଆଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରୁଥିଲା। ଏଭଳିସ୍ଥିତିରେ ଉତ୍ତରପ୍ରଦେଶ ଯୋଗୀ ସରକାର କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ସାମାନ୍ୟ ଭୁଲ କରିଥିବା ବ୍ୟକ୍ତିଙ୍କ ଉପରୁ ମାମଲା ପ୍ରତ୍ୟାହାର କରି ନେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଅଢେଇ ଲକ୍ଷ ଲୋକଙ୍କୁ ଏହାର ଲାଭ ମିଳିବ। ସୂଚନା ଯୋଗ୍ୟ, ମାସ୍କ ନ ପିନ୍ଧିବା, ଲକ୍‌ଡାଉନ ଓ ସଟ୍‌ଡାଉନ ସମୟରେ ବିନା ଅନୁମତିରେ ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। କେତେକ କ୍ଷେତ୍ରରେ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଏହି ସବୁ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ମାମଲା ଉଠାଇନେବାକୁ ପ୍ରକ୍ରିୟା ଆରମ୍ଭ କରିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ସାମାନ୍ୟ ଭୁଲ ପାଇଁ ଲାଗୁ ହୋଇଥିବା ମାମଲାକୁ ଉଠାଇ ନେଲେ ନ୍ୟାୟିକ ବ୍ୟବସ୍ଥାରୁ ଲୋକଙ୍କୁ ଆଶ୍ବସ୍ତି ମିଳିବ। ସେହିପରି ନ୍ୟାୟାଳୟ ଓ ପୋଲିସ ଉପରେ ପଡୁଥିବା ବୋଝ କମିବ। ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ଉଲ୍ଲଙ୍ଘନକାରୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛି।

Share