ଅଗ୍ନିପଥ ଯୋଜନା ପ୍ରତ୍ୟାହାର କର: କଂଗ୍ରେସ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାକୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରାଯାଇଛି। ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ୍ବାରି ଦିନ ୧୦ରୁ ୧ଟା ମଧ୍ୟରେ ଏହା ପାଳନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଭଦ୍ରକରେ ଅନୁଷ୍ଠିତ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଲାଗି ଦାବି କରିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ସତ୍ୟାଗ୍ରହ ଆନ୍ଦୋଳନ ସ୍ଥାନୀୟ ସର୍କିଟ ହାଉସ ଛକଠାରେ କରାଯାଇଛି। ଏହି ସତ୍ୟାଗ୍ରହ ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ କରାଯାଇଥିଲା। କେନ୍ଦ୍ର ସରକାର ଭାରତ ବର୍ଷର ସେନାବାହିନୀକୁ ଦୁର୍ବଳ କରିଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର ରଚନା କରିଛନ୍ତି, ଅତ୍ୟନ୍ତ ଚିନ୍ତାଜନକ ଓ ସମ୍ପୂର୍ଣ୍ଣ ଦେଶର ସ୍ବାର୍ଥ ବିରୋଧରେ ଉଦ୍ଦିଷ୍ଟ। ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଯୁବତୀ, ଯୁବକମାନେ ଜୀବନରେ ଏକ ସ୍ବପ୍ନ ଦେଖିଥାନ୍ତି ଯେ, ସେମାନେ କିପରି ସେନାବାହିନୀରେ ଯୋଗଦାନ କରି ଦେଶମାତୃକାର ସେବା କରିବେ। ଆବଶ୍ୟକ ପଡ଼ିଲେ ଦେଶ ପାଇଁ ଜୀବନ ଦେବାକୁ ସେମାନେ ପ୍ରସ୍ତୁତ ରହିଥାଆନ୍ତି। ହେଲେ ଅତି ଦୁର୍ଭାଗ୍ୟର କଥା, ଅଗ୍ନିବୀରମାନଙ୍କୁ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଯୁକ୍ତି ଏକ ଠିକା ନିଯୁକ୍ତି ଅଟେ। ଏହାଦ୍ୱାରା ଭାରତ ବର୍ଷର ଯୁବପିଢ଼ିଙ୍କ ଆଶା ଭାଙ୍ଗିପଡ଼ିବ। ସେମାନେ ମାନସିକ ସ୍ତରରେ ଜଣେ ବୀର ସୈନିକ ହିସାବରେ ପ୍ରସ୍ତୁତ ହୋଇପାରିବେ ନାହିଁ। ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ ୭୫ ଭାଗ ଲୋକଙ୍କୁ ନିଜ ନିଯୁକ୍ତି ହରାଇବାକୁ ପଡ଼ିବ। ଯଦି ଏତେ ପରିମାଣର ବୀର ସୈନିକ ନିଯୁକ୍ତି ହରାଇବେ, ତେବେ ସେମାନଙ୍କୁ କିଭଳି ଏବଂ କେଉଁ କ୍ଷେତ୍ରରେ ନିଯୁକ୍ତି କରାଯିବ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଯେଉଁମାନେ ଦେଶ ପାଇଁ ବଳିଦାନ ଦେବେ, ଯଦି ସେମାନଙ୍କ ଭବିଷ୍ୟତକୁ ଆମେ ସୁରକ୍ଷିତ ରଖିପାରିବା ନାହିଁ, ତେବେ ଦେଶର ଗତି କୁଆଡ଼େ ବୋଲି କଂଗ୍ରେସ ପ୍ରଶ୍ନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri