ଚାଇନିଜ୍‌ ଟିକା ନ ନେଲେ ଭାରତୀୟଙ୍କୁ ଚାଇନା ମନା

ବେଜିଂ, ୧୭ା୩: ଚାଇନା ଯିବାକୁ ଚାହୁଁଥିବା ଭାରତୀୟ ଚାଇନିଜ୍‌ ଟିକା ନେବାକୁ ବାଧ୍ୟ। ଚାଇନାରେ ନିର୍ମିତ ଭ୍ୟାକ୍ସିନ ନେବା ପରେ ହିଁ ଭାରତୀୟଙ୍କ ଭିସା ଆବେଦନ ସରଳ କରାଯିବ ବୋଲି ଭାରତରେ ଅବସ୍ଥିତ ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି। ହେଲେ ଭାରତରେ କୌଣସି ଚାଇନିଜ୍‌ ଟିକା ଉପଲବ୍ଧ ହୋଇନାହିଁ।
ସଂକ୍ରମଣ ଯୋଗୁ ଗତବର୍ଷ ନଭେମ୍ବରଠାରୁ ଅନେକ ଭାରତୀୟଙ୍କ ଭିସା ବାତିଲ କରି ସେମାନଙ୍କ ଚାଇନା ଗସ୍ତ ଉପରେ ସେଠାକାର ସରକାର କଟକଣା ଲଗାଇଛନ୍ତି। ଏହାଦ୍ୱାରା ଚାଇନାରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ସମସ୍ୟା ଉପୁଜିଛି। ଚାଇନାରେ ପ୍ରାୟ ୨୩ ହଜାର ଭାରତୀୟ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ କୋଭିଡ୍‌ ସଂକ୍ରମଣ ପରେ ସେମାନେ ଭାରତ ଫେରିଆସିଥିଲେ।

Share