ଶନିବାରଠୁ ବଢ଼ିବ ଶୀତ

ଭୁବନେଶ୍ୱର,୪ା୧୧(ବ୍ୟୁରେ): ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ। ପାରଦ ୨ରୁ ୪ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ। ବିଶେଷକରି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ପାଗ ମେଘମୁକ୍ତ ରହୁଥିବାରୁ ଦିନରେ ଟାଣ ଖରା ସହ ରାତିରେ ପାରଦ ୧୦ ଡିଗ୍ରୀ ସେଲ୍‌ସିୟସକୁ ଖସିବ। ଶୁକ୍ରବାର ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ତଳକୁ ରହିଥିଲା। ୯ ସହରର ତାପମାତ୍ରା ୧୭ ଡିଗ୍ରୀ ତଳେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।