କମିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର, ୧୪ ।୧୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ରବିବାରଠାରୁ ଶୀତ ସାମାନ୍ୟ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେବ। ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ସପ୍ତାହେ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ଗତ ଦୁଇଦିନ ହେବ ଶୀତ ହ୍ରାସ ପାଇଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ ସୋନପୁର ୧୪.୨, କୋରାପୁଟ ୧୪.୬, ଅନୁଗୋଳ ୧୫.୬, ଭବାନୀପାଟଣା ୧୬.୮, ତାଳଚେର ୧୮.୩ ଏବଂ ବୌଦ୍ଧରେ ୧୬ ଡିଗ୍ରୀ ରେକର୍ଡ କରାଯାଇଛି।