ବଢିବ ଶୀତ

ଭୁବନେଶ୍ୱର,୧୮।୧୨-ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ବଢିବ ଶୀତ। ରାତିରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ଫଳରେ ସାରା ରାଜ୍ୟରେ ଶୀତର ପ୍ରକୋପ ବଢିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର ଏବଂ ଉତ୍ତର ପଶ୍ଚିମ ପଟୁ ଥଣ୍ଡା ଏବଂ ଶୁସ୍କ ବାୟୁ ରାଜ୍ୟକୁ ପ୍ରେବଶ କରୁଛି। ଏହାରା ପ୍ରଭାବରେ ଉତ୍ତର ଆଭ୍ୟାନ୍ତରୀଣ ଜିଲା ଗୁଡିକରେ ଶୀତର ପ୍ରଭାବ ଅଧିକ ରହିବ। ପରବର୍ତ୍ତୀ ସମୟରେ ଉପକୂଳ ଜିଲା ଗୁଡିକରେ ମଧ୍ୟ ଥଣ୍ଡା ବିଶେଷ ଭାବେ ଅନୁଭତ ହେବ । ପାଖାପାଖି ୧୦ ଡିଗ୍ରୀ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।