Categories: ଜାତୀୟ

କରୋନାକୁ ନେଇ କେନ୍ଦ୍ର ପ୍ରସ୍ତୁତ, ଉତ୍ସବ ସମୟରେ ରାଜ୍ୟ ପ୍ରସ୍ତୁତ ରହିବାକୁ କେନ୍ଦ୍ରର ପରାମର୍ଶ, ବିମାନ ବନ୍ଦରରେ ଆରଟି-ପିସିଆର ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ,୨୨ ।୧୨: ଚାଇନାରେ କରୋନା ମହାମାରୀ ପୁଣିଥରେ ଅଣାୟତ୍ତ ହେବା ପରେ ଏବେ ଏହା ସାରା ବିଶ୍ୱର ଚିନ୍ତାକ ବଢାଇ ଦେଇଛି । ଚାଇନ ସହ ଆଉ କିଛି ଦେଶରେ ମଧ୍ୟ ଏବେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କଲାଣି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନର ୧୨ ଦିନର କାର୍ଯ୍ୟ ଦିବସରେ ବି କରୋନାକୁ ନେଇ ବିରୋଧି ଶାସକ ଦଳ ଉପରେ ହଙ୍ଗାମା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ବିରୋଧି ଭାରତ ଯୋଡୋ ଯାତ୍ରାରେ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ନେଇ ବି ସରକାରଙ୍କୁ ଘେରି ପାରନ୍ତି । ଏହା ବ୍ୟତୀତ କେନ୍ଦ୍ର ତମିଲନାଡୁ, ହିମାଚଳ ଓ କର୍ନାଟକରେ ଏସଟି ସୂଚିକୁ ସମ୍ବୋଧିତ କରିବା ପାଇଁ ରାଜ୍ୟ ସଭାରେ ୩ ବିଧେୟକ ଉପସ୍ଥାପନ କରିବେ ।

Share