Categories: ଜାତୀୟ

ଡିସେମ୍ବର ପ୍ରଥମ ସପ୍ତାହରୁ ଶୀତ ଅଧିବେଶନ

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ସେହି ମାସ ସୁଦ୍ଧା ଶେଷ ହୋଇପାରେ। ଅଧିବେଶନ ପୁରୁଣା ପାର୍ଲାମେଣ୍ଟ ଭବନରେ ଅନୁଷ୍ଠିତ ହେବ ବୋଲି ଏକ ସୂତ୍ରରୁ କୁହାଯାଇଛି। ତେବେ ଅଧିବେଶନ ତାରିଖ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ନେବ। ଶୀତ ଅଧିବେଶନ ସାଧାରଣତଃ ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ଚାଲିଥାଏ। ୨୦୧୭ ଓ ୨୦୧୮ରେ ଅଧିବେଶନ ଡିସେମ୍ବରରେ ହୋଇଥିଲା। ଏଥର ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରୁ ଅଧିବେଶନ ଆରମ୍ଭ ହେବ ବୋଲି କୁହାଯାଉଛି। ଅଧିବେଶନ ପୂର୍ବରୁ ନୂଆ ପାର୍ଲାମେଣ୍ଟ ବିଲ୍ଡିଂ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କେତେକ କାର୍ଯ୍ୟ ବାକି ଥିବାରୁ ଧାର୍ଯ୍ୟ ସମୟ ମଧ୍ୟରେ ଏହା ଶେଷ ହୋଇ ନ ପାରେ ବୋଲି କୁହାଯାଉଛି।

Share