ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୯।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୧୯ ଦିନରେ ୧୫ଟି ବୈଠକ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ପ୍ରହ୍ଲାଦ ଯୋଶୀ କହିଛନ୍ତି, ଶୀତ ଅଧିବେଶନରେ ୧୫ ଟି ବୈଠକ ହେବ ଯାହା ଡିସେମ୍ବର ୪ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ଶୀତ ଅଧିବେଶନ ପ୍ରାୟତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇଯାଏ କିନ୍ତୁ ୫ ରାଜ୍ୟର ବିଧାନସଭା ନିର୍ବାଚନ କାରଣରୁ ଏହା ବିଳମ୍ବ ହୋଇଛି।