ସପ୍ତାହକ ପରେ ପୁଣି ଫେରିଲା ଶୀତ

ଦାରିଙ୍ଗବାଡି,୧୯।୧୨(ଡି.ଏନ.ଏ)- ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଶୀତ ଫେରିଛି। ସୋମବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ମ ତାପମାତ୍ରା ୯ ଡିଗ୍ରୀ ରହିଥିବା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି। ଗତ ମଙ୍ଗଳବାର ଅଞ୍ଚଳରେ ସର୍ବନିମ୍ମ ତାପମାତ୍ରା ୧୬ ଡିଗ୍ରୀ ରହିଥିଲା ସେହିପରି ରବିବାର ଏହା କ୍ରମଶଃ ହ୍ରାସ ପାଇ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା ତେବେ ହଠାତ ଏହା ଆଜି ଆହୁରି ହ୍ରାସ ପାଇ ୯ ଡିଗ୍ରୀରେ ପହଞ୍ଚିଛି। ସୂଚନାଯୋଗ୍ୟ, ଏହି ସପ୍ତାହକ ମଧ୍ୟରେ ପାଗ ମେଘୁଆ ସହ କୋହଲା ପବନ ସହ ଦୁଇ ଦିନ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଏବେ ପାଗ ଶୁଖିଲା ସହ ଦିନରେ ଖରା ହେବା ସହ ଅପରାହ୍ଣରୁ ଶୀତର ପ୍ରକୋପ ବୃଦ୍ଧି ପାଉଛି।